
ଶାନ୍ତନୁ କୁମାର ସାହୁଙ୍କ ୭୪ତମ ରକ୍ତଦାନ
ତାଳଚେର,୮/୯: ତାଳଚେରର ସର୍ବଶ୍ରେଷ୍ଠ ରକ୍ତଦାତା ତଥା ଶିକ୍ଷକ ଶାନ୍ତନୁ କୁମାର ସାହୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ତାଙ୍କର ୭୪ତମ ରକ୍ତଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଯୋଗ ଦେଇ ରକ୍ତଦାତା ଶାନ୍ତନୁଙ୍କୁ ଏଭଳି ମହତ ସେବା ନିମନ୍ତେ ଉତ୍ସାହିତ କରିବା ସହ ଏ କ୍ଷେତ୍ରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକର୍ତାଙ୍କୁ ରକ୍ତ ଦାନ କରିବାକୁ ପ୍ରୋତ୍ସାହିତ କରିବାକୁ ଶ୍ରୀ ସାହୁଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପ୍ରଧାନ ରକ୍ତ ଦାତା ଶାନ୍ତନୁଙ୍କୁ ଉତରୀୟ ଓ ୭୪ତମ ରକ୍ତଦାନ ନିମନ୍ତେ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଗଙ୍ଗାଧର ବେହେରା, ତାଳଚେର ରକ୍ତ ଭଣ୍ଡାର ଅଧିକାରୀ ଡା. ବିନୟ କୁମାର ପାଢ଼ୀ,ଜିଲ୍ଲା ରେଡ଼କ୍ରସ ସୋସାଇଟି ର ସକ୍ରିୟ ସଦସ୍ୟ ତଥା ସମାଜସେବୀ ବଳରାମ ପତି ଏବଂ ତାଳଚେର ରକ୍ତ ଭଣ୍ଡାରର କର୍ମଚାରୀ ଗଣ ଉପସ୍ଥିତ ଥିଲେ ।

