
ତାଳଚେର ର ସଂଗ୍ରାମୀ ଶ୍ରମିକ ନେତା ତଥା କଣ୍ଢାଳ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ରଙ୍ଗାଧର ନାହାକ ଙ୍କ ନେତୃତ୍ୱ ରେ ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଚୈତନ୍ୟ ପ୍ରଧାନ ଏବଂ ଶହ ଶହ ବେକାର ଯୁବକ ମାନଙ୍କ ଦ୍ଵାରା,କୋଇଲା ଖଣି କ୍ଷତିଗ୍ରସ୍ତ ଆଖ ପାଖ ଅଞ୍ଚଳର ସମସ୍ତ ବେକାରୀ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ନିମନ୍ତେ ତାଳଚେର ଉପ-ଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ୨୩ ତାରିଖ ମଧ୍ୟରେ ଏହାର ସମାଧାନ କରାନଯାଏ ତେବେ ଆସନ୍ତା ୨୩ ତାରିଖ ଠାରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଣ ଧାରଣା ଦିଆଯିବ ।

