
*ନଗରପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ଭେଟି ଉର୍ଣ୍ଣୟନ କାର୍ଯ୍ୟର ତାଲିକା ପ୍ରଦାନ କଲା ବିଜେପି*
ତାଳଚେର :ତା 12/09: ତାଳଚେର ପୌରାଞ୍ଚଳ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଡ଼ିଏମଏଫ ଫଣ୍ଡ ରୁ କରିବା ପାଇଁ ଏକ ତାଲିକା ପ୍ରସ୍ତୁତ କରି ନଗରପାଳ ଓ ନିର୍ବାହୀ ଅଧିକାରୀ ଙ୍କୁ ବିଜେପି ପକ୍ଷରୁ ପ୍ରଦାନ କରାଯାଇଛି |କେନ୍ଦ୍ରରେ ମୋଦି ସରକାର 2014 ରେ ଆସିବା ପରେ 2015 ରୁ କେନ୍ଦ୍ର ସରକାର ଙ୍କର ରାଷ୍ଟ୍ରୟତ ଉଦ୍ୟୋଗ ଓ ସେସ ଅର୍ଥ କୁ ଜିଲ୍ଲା ମଧ୍ୟରେ ଖର୍ଚ୍ଚ କରାଯିବା ପାଇଁ ଡ଼ିଏମଏଫ ଫଣ୍ଡ ଗଠନ କରାଯାଇଥିଲା |ଅନୁଗୁଳ ଜିଲ୍ଲାରେ ବାର୍ଷିକ 300 କୋଟିରୁ ଉର୍ଦ୍ଧ ଟଙ୍କା କେନ୍ଦ୍ର ସରକାର ଙ୍କର ରାଷ୍ଟ୍ରୟତ ଉଦ୍ୟୋଗ ଜିଲ୍ଲା ଖଣିଜ ପାଣ୍ଠି ରେ ପ୍ରଦାନ କରିଥାଏ |ଉକ୍ତ ଡ଼ିଏମଏଫ ଅର୍ଥ ରୁ ତାଳଚେର ପୌରାଞ୍ଚଳ ର ବିକାଶ ପାଇଁ ବିଜେପି ପକ୍ଷରୁ ଉର୍ଣ୍ଣୟନ କାର୍ଯ୍ୟର ଏକ ସୂଚୀ ପ୍ରସ୍ତୁତ କରାଯାଇ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଓ ଢେଙ୍କାନାଳ ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ଦାସ ଙ୍କ ଉପସ୍ଥିତିରେ ମଣ୍ଡଳ ସଭାପତି ରାଜେଶ ଦଳେଇ
ନଗରପାଳ ପବିତ୍ର ଭୁତିଆ ଓ ନିର୍ବାହୀ ଅଧିକାରୀ ସାହା ଙ୍କୁ ଭେଟି ପ୍ରଦାନ କରାଯାଇଛି |ନିର୍ବାହୀ ଅଧିକାରୀ ଉକ୍ତ ପତ୍ରକୁ ଅନୁଗୁଳ ଜିଲ୍ଲାପାଳ ଙ୍କ ନିକଟକୁ ପଠାଇ ଦେଇଛନ୍ତି |ତାଳଚେର ପୌରାଞ୍ଚଳ ରେ ଜଗନ୍ନାଥ ପାର୍କ, ପଶ୍ଚିମେଶ୍ୱର ମନ୍ଦିର, ଆଖଣ୍ଡଳମଣି ମନ୍ଦିର, ଟାଉନ ହତା, ରାଜବାଟି ସମ୍ମୁଖରେ ବ୍ରାହ୍ମଣୀ ନଦୀ ରେ ସ୍ୱତନ୍ତ୍ର ଭାବେ ବୋଟ ଚଳାଇବା, ଟାଉନ ହତା ର ପୁନଃବିକାଶ, ସ୍ଵରେଜ ବ୍ୟବସ୍ଥା କୁ ଠିକ କରି ପୌରାଞ୍ଚଳ ବାସୀ ଙ୍କୁ ସ୍ୱଚ୍ଛ ଓ ନିର୍ମଳ ଜଳ ଯୋଗାଣ, ବିଭିନ୍ନ ୱାର୍ଡ ରେ କଲ୍ୟାଣ ମଣ୍ଡପ ନିର୍ମାଣ, ତାଳଚେର ସ୍ମଶାନ ସମ୍ମୁଖରେ ଥିବା ରାସ୍ତାରେ କଲଭଟ ନିର୍ମାଣ ଆଦି ବହୁ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ସୂଚୀ ପ୍ରସ୍ତୁତ କରି ଦିଆଯାଇଛି |
REPORTED BY PRADEEP KUMAR MOHARANA
9439816464
TALCHER KHABAR

