
ସମାଜସେବା ପାଇଁ ଜାତୀୟ ପ୍ରେସ ଦିବସରେ କ୍ଷିରୋଦ ସାହୁ ସମ୍ମାନିତ
ତାଳଚେର :- ତାଳଚେରର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସାମାଜିକ କାର୍ଯ୍ୟରେ ଉଲେଖନିୟ ଅବଦାନ ପାଇଁ ସମାଜସେବୀ କ୍ଷିରୋଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି । ତାଳଚେର କଲେଜ ନିକଟସ୍ଥ ରାମକୃଷ୍ଣ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ତାଳଚେର ମିଡ଼ିଆ ପକ୍ଷରୁ ଭାଜପାର ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଓ ଯୁବରାଜ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଏନସିସି ଶିକ୍ଷକ ଅତିଥି ଭାବେ ଯୋଗଦେଇ ପୁଷ୍ଫୁଗୁଛ, ଉତ୍ତରୀୟ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ସେହିପରି ପୂର୍ବାହ୍ନରେ ହାଟତୋଟା ସ୍ଥିତ ପ୍ରେସ କ୍ଲବ ଠାରେ ତାଳଚେର ସାମ୍ବାଦିକ ସଂଘ ପକ୍ଷରୁ ଅନୁଗୋଳ ଜିଲ୍ଲା ଭାଜପା ର ସଭାପତି ଯଯାତି ପଟ୍ଟନାୟକ ଓ ମ୍ୟୁନିସିପାଲଟି ର ପୂର୍ବତନ ଚେୟାରମ୍ୟାନ କେଶବ ଭୂତିଆ ଅତିଥି ଭାବେ ଯୋଗଦେଇ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ସେହିପରି ଅପରାହ୍ନ ରେ ହୋଟେଲ ବୃନ୍ଦାବନ ଠାରେ ନୋଭେଲ ସାମ୍ୱାଦିକ ପକ୍ଷରୁ ଉପଦେଷ୍ଟା ଜ୍ୟୋତି ରଞ୍ଜନ ଦାସ ଓ ସଭାପତି ପ୍ରବୀଣ କୁମାର ଦାସ ପ୍ରମୁଖ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ସାମ୍ୱାଦିକ ସଂଘର ସଭାପତି, ସମ୍ପାଦକଙ୍କ ସହିତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

