ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ୩୨ତମ ଖେଳକୁଦ ସମାରୋହ l

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ୩୨ତମ ଖେଳକୁଦ ସମାରୋହ

*************************

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତାଳଚେର ୩୨ ତମ କ୍ରୀଡ଼ା ମହୋତ୍ସବ ତା ୧୯-୧୧-୨୫ ରିଖ ବୁଧବାର ଠାରୁ ତା ୨୧-୧୧-୨୫ ରିଖ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ଧରି କଙ୍କିଳି ଭାଲୁଦରି ଖେଳ ପଡ଼ିଆରେ ଉଦ୍‌ଘାଟନ ହୋଇ ସମାରୋପ ହୋଇଯାଇଛି । ଏହି କ୍ରୀଡ଼ା ମହୋତ୍ସବରେ ବିଦ୍ୟାଳୟ ର ୮୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ କ୍ରୀଡ଼ା ସଂସଦର ସଂପାଦକ ମାନନୀୟ ପେସ୍କାର ଗଡ଼ନାୟକ ଉପସ୍ଥିତ ରହି ମହୋତ୍ସବ କୁ ପ୍ରାରମ୍ଭ କରିବା ସହିତ ଆମେ ଏମିତି ଖେଳିବା ଯେମିତି ଅନ୍ୟ ଦେଶର ଖେଳାଳୀ ଆମକୁ ଛୁଇଁ ପାରିବେ ନାହିଁ ବୋଲି ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ । ସମାରୋପ ଉତ୍ସବରେ ତାଳଚେର ନଗର ପାଳିକାର ନିର୍ବାହୀ ଅଧିକାରୀ ମାନନୀୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହା ଉପସ୍ଥିତ ରହି ଶିଶୁମାନଙ୍କୁ ଦେଶ ସେବାରେ ଛାତ୍ରଛାତ୍ରୀ ନିଜକୁ ଉତ୍ସର୍ଗ କରିବା ପାଇଁ କଥା ରଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅତିଥି ମାନଙ୍କର ପରିଚୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାବୁଲି ସାମଲ କରିଥିଲେ । ବିଦ୍ୟାଳୟର ପ୍ରଶାସକ ଶ୍ରୀ ଚନ୍ଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ମୁଖ୍ୟ ପ୍ରଶାସକ ଶ୍ରୀ ପ୍ରତାପ ଚନ୍ଦ୍ର ଦେହୁରୀ ( ଜିଲ୍ଲା ପ୍ରମୁଖ, ଅନୁଗୋଳ ) ଙ୍କ ମାର୍ଗଦର୍ଶନ ଓ ପ୍ରଶାସକ ଶ୍ରୀ ଗଣେଷ ପ୍ରସାଦ ସାହୁଙ୍କ ତତ୍ତ୍ଵାବଧାନ ରେ ସମସ୍ତ ଗୁରୁଜୀ / ଗୁରୁମା ଙ୍କ ନିଷ୍ଠାପର କାର୍ଯ୍ୟ ମାଧ୍ୟମରେ ୩୨ ତମ ଖେଳକୁଦ ସମାରୋହକୁ ସମାପନ କରିଥିଲେ l

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें