
*କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆସନ୍ତା 24 ତାରିଖ ରେ ଅନୁଗୁଳ ଜିଲ୍ଲା ଗସ୍ତ*
ଅନୁଗୁଳ /ତାଳଚେର :ତା 22/12/2025: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଡିସେମ୍ବର 23 ତାରିଖ ମଙ୍ଗଳବାର ରାତ୍ରିରେ ତାଳଚେର ଦିନଦୟାଲ ନଗର ସ୍ଥିତ ବାସଭବନ ରେ ପହଂଚି ରାତ୍ରୀ ଯାପନ କରିବେ |24 ତାରିଖ ଦିନ ତାଳଚେର ରୁ ବାହାରି ଅନୁଗୁଳ ଜିଲ୍ଲା ର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ଯୋଗଦେବେ |ଆଠମଲ୍ଲିକ ର ଚମ୍ପତ୍ତିମୁଣ୍ଡା ଠାରେ ଥିବା ପିଏମଶ୍ରୀ ଜବାହର ନବୋଦ୍ୟୟ ବିଦ୍ୟାଳୟ ରେ ଏମ ପି ହଲ ଓ ବିବେକାନନ୍ଦ ପାର୍କ ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |ଡ଼ିଏମଏଫ ଫଣ୍ଡ ରୁ ଅନୁମୋଦିତ ସାତକୋଶିଆ ମଣ୍ଡଳ ରେ ବାଲିଜେରେଙ୍ଗ ଠାରୁ ବେତର ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୬ କୋଟି ୭୫ ଲକ୍ଷ
,ସରଧାପୁର ଠାରୁ ପଥରଗଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୩ କୋଟି ୬୦ ଲକ୍ଷ,ମାଣିକଯୋଡ଼ି ଠାରୁ କୃଷ୍ଣଚନ୍ଦ୍ରପୁର ଗଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୬ କୋଟି, ଅନ୍ତୁଳିଆ ଠାରୁ ତାବଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣକୁ ୩ କୋଟି ୬୦ ଲକ୍ଷ,ନୂଆଁ ବଡ଼ଦାଣ୍ଡ ସାହିକୁ ଯୋଡୁଥିବା ପୋଲ ନିର୍ମାଣକୁ ୨ କୋଟି ୫୦ ଲକ୍ଷ,ସରଧାପୁର ଠାରୁ ଗଦେଇମୁଣ୍ଡା ପର୍ଯ୍ୟନ୍ତ ଯୋଡୁଥିବା ପୋଲ ନିର୍ମାଣକୁ ୩ କୋଟି ୫୦ ଲକ୍ଷ ଆଦି ୬ ଟି ରାସ୍ତା ର ଉର୍ନ୍ନତି କରଣ ପାଇଁ ଶୁଭ ଦେବାର କାର୍ଯ୍ୟକ୍ରମ ରହିଛି |ଏ ସବୁ ରାସ୍ତା ଦୀର୍ଘ 70 ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିଥିଲା କେନ୍ଦ୍ରମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିବାର କିଛିଦିନ ମଧ୍ୟରେ ରାସ୍ତା କାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଙ୍କ କର କମଳ ରେ ଆରମ୍ଭ ହେବାକୁ ଯାଉଛି |ଏଥିସହ ଅନେକ ବିକାଶ ମୁଲଜ କାର୍ଯ୍ୟର ଶୁଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି |ସନ୍ଧ୍ୟା ରେ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି |ନିଜର ପ୍ରିୟ ନେତା ଙ୍କୁ ଦେଖିବା ପାଇଁ ସାତକୋଶିଆ ଅଂଚଳ ବାସୀ ଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି |ସେହିଭଳି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ୱାଗତ କରାଯିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି |
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

