
*(ତାଳଚେର ରେ ଅଟଳ ସ୍ମୃତି ସମ୍ମିଳନୀ ପାଳନ*)
ତାଳଚେର :ତା 25/12/2025: ତାଳଚେର ପୌର ମଣ୍ଡଳ ରେ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଙ୍କର 101 ତମ ଜନ୍ମଦିନ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଯୋଗଦେଇ ବାଜପେୟୀ ଜଣେ ମହାନ ରାଷ୍ଟ୍ରନେତା, ଏକ ଦୃଢ଼ ଦେଶଭକ୍ତ, ଏକ ସଂସ୍କୃତିବାନ୍ ରାଜନୀତିଜ୍ଞ ଥିଲେ |
ରାଜନୀତିକୁ ସେ ଦେଇଥିଲେ ନୀତି, ମୂଲ୍ୟବୋଧ ଓ ମର୍ଯ୍ୟାଦାର ଏକ ନୂଆ ପରିଭାଷା ତାଙ୍କରି ସମୟରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିଲେ ଏବଂ ଓଡିଶା ର ଜାତୀୟ ରାଜପଥ ଦୁଇଗୁଣିତ କରିଥିଲେ ବୋଲି ସେ କହିଥିଲେ |ସମ୍ମାନିତ ଅତିଥି ଭାବେ ନଗରପାଳ ପବିତ୍ର ଭୁତିଆ ଯୋଗଦେଇ ସେ ଜଣେ ମହାପୁରୁଷ ଥିଲେ ବିକାଶ ପାଇଁ ସଦାସର୍ବଦା କାର୍ଯ୍ୟ କରିଥିଲେ ବୋଲି କହିଥିଲେ |ତାଳଚେର ପୌରାଞ୍ଚଳ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରୟାସ ରେ କୋଟି କୋଟି ଟଙ୍କା ଆସି ପାରିଛି ବୋଲି କହିଥିଲେ | ମୁଖ୍ୟଵକ୍ତା ଭାବେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ବାଜପେୟୀ ଙ୍କ ସମୟରେ ମୋବାଇଲ ଫୋନ, ସ୍ଵର୍ଣ ଚତୃଭୁଜ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସର୍ବଶିକ୍ଷା ଅଭିଯାନ, ସ୍ୱୟଂ ସହାୟକ ଗୋଷ୍ଠୀ, କିସାନ କ୍ରେଡିଟ କାର୍ଡ, ଅନ୍ତୋର୍ଦ୍ୟୟ ଅର୍ଣ୍ଣ ଯୋଜନା, ଆଦି ବହୁ ମହତ୍ୱକାଂକ୍ଷୀ ଯୋଜନା ମାନ କାର୍ଯ୍ୟକାରୀ ହୋଇଥିବା |
ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନେତୃତ୍ୱରେ ଭାରତ ଆତ୍ମବିଶ୍ୱାସର ସହିତ ପରମାଣୁ ଶକ୍ତି ଭାବେ ଉଭାୟାତ୍ମକ ହୋଇଥିଲା, ସୁନିର୍ମିତ ସଡ଼କ ପରିକଳ୍ପନା ମାଧ୍ୟମରେ ଦେଶକୁ ଏକତ୍ର କରାଯାଇଥିଲା, ଓ ପଡ଼ୋଶୀ ଦେଶମାନଙ୍କ ସହ ଶାନ୍ତିର ହାତ ବଢ଼ାଯାଇଥିଲା।
ଅଟଳଜୀ ଆମକୁ ଶିଖାଇଥିଲେ ଯେ ରାଜନୀତି ଶକ୍ତି ପାଇଁ ନୁହେଁ, ସେବା ପାଇଁ; ପଦ ପାଇଁ ନୁହେଁ, ଦାୟିତ୍ୱ ପାଇଁ। ଏବଂ ତାଙ୍କ ଜୀବନ ଯୁବପିଢ଼ି ପାଇଁ ସଦା ପ୍ରେରଣାର ଏକ ଅମୂଲ୍ୟ ସ୍ରୋତ ବୋଲି ଶ୍ରୀ ବାରିକ ପ୍ରକାଶ କରିଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଅଟଳଜୀ ଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ |ବରିଷ୍ଠ ନେତା ପ୍ରାକ୍ତନ କାଉନ ସିଲର ଜିତେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ କାଉନ ସିଲର ଯୋଗ ଦେଇଥିଲେ |ବିଜେପି ରେ ନୂତନ ଭାବେ ଯୋଗ ଦେଇଥିବା ନଗର ପାଳ ଓ ସମସ୍ତ କାଉନ ସିଲର ଙ୍କୁ ମଣ୍ଡଳ ସଭାପତି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ |ଶେଷରେ ପ୍ରାକ୍ତନ ମଣ୍ଡଳ ସଭାପତି ଯଶୋବନ୍ତ ଦାସ ଧନ୍ୟବାଦ ଦେଇଥିଲେ |ଆଜିର କାର୍ଯ୍ୟକ୍ରମ ରେ ସମଗ୍ର ପୌରାଞ୍ଚଳ ରୁ ଶତାଧିକ ବିଜେପି କାର୍ଯ୍ୟକର୍ତା ମହିଳା ଓ ଜନସାଧାରଣ ଯୋଗଦେଇଥିଲେ ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

