
ବିଷୁବ ମିଳନ କମିଟି ଆନୁକୁଲ୍ୟରେ ସାହିତ୍ୟ ଓ ସଙ୍ଗୀତ ମୋହସ୍ଛବ 2025 ଅନୁଷ୍ଠିତ ,,,,,,,,,,,,,,,,,,,,,,,
ତାଳଚେର ର ପୁରାତନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବିଷୁବ ମିଳନ କମିଟି ଆନୁକୁଲ୍ୟରେ ସାହିତ୍ୟ ଓ ସଙ୍ଗୀତ କୁନେଇ ଏକ ସ୍ବତନ୍ତ୍ର ଉତ୍ସବ ପାଳିତ ହୋଇ ଯାଇଛି ,ପ୍ରାରମ୍ଭ ରେ ବିହାରୀ ପୁର ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ର ହରିନାମ ରେ ଉତ୍ସବ ଆରମ୍ଭ ହୋଇଥିଲା ,ପରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ଜଗତ ର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ,ଧୂପ,ଦୀପ ଅର୍ପଣ ପୂର୍ବକ ମନ୍ତ୍ରଉଚ୍ଚାରଣ୍ କରି ସଭାକାର୍ଯ ଆରମ୍ଭ ହୋଇଥିଲା ଅନୁଷ୍ଠାନ ତରଫରୁ ସୁଶ୍ରୀ ସୂଚନା ଦାସ ଅତିଥି ପରିଚୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ,ମୁଖ୍ୟ ଅତିଥି ଅନୁଗୋଳ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସର ଯୋଗଦେଇ ଭକ୍ତି ସାହିତ୍ୟ ଉପରେ ଦୀକ୍ଷାନ୍ତ ବକ୍ତବ୍ୟ ପ୍ରଦାନ କରି ବିଭିନ୍ନ ଯୁଗର ଭକ୍ତି ମାର୍ଗ ଏବଂ ଭକ୍ତି ସାହିତ୍ୟ ଉପରେ ମନମୁଗ୍ଧକର ଭାଷଣ ପ୍ରଦାନ କରିଥିଲେ ,ସେହିପରି ଗୋପବନ୍ଧୁ କଲେଜ ଖମାର ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ,ପବିତ୍ର ମୋହନ ମେଡିକାଲ କଲେଜ୍ ର ମୁଖ୍ୟ ପରିଚାରିକା ଶ୍ରୀମତୀ ସନ୍ଧ୍ୟା ରାଣୀ ପତି,ବରିଷ୍ଠ ଗୀତି କବି ଶ୍ରୀମତୀ ରତ୍ନ ପ୍ରଭା ବାଇ ଯୋଗଦେଇ ଭକ୍ତି ସାହିତ୍ୟ ର ବିଭିନ୍ନ ଦିଗ ବିଷୟରେ ଆଲୋକ ପାତ୍ କରିଥିଲେ ,ମୁଖ୍ୟବକ୍ତା ଶ୍ରୀମତୀ ଜ୍ୟୋସ୍ନା ରାଣୀ ମହାରଣା ଭକ୍ତି ସାହିତ୍ୟ ଓ ସଙ୍ଗୀତ ର ସମ୍ପର୍କ ଏବଂ ମାନବ ଧର୍ମ ବିଷୟରେ ସମୟ ଉପଯୋଗୀ ବକ୍ତବ୍ୟ ପ୍ରଦାନ କରିଥିଲେ ,ଅନୁଷ୍ଠାନ ର ଉପଦେଷ୍ଟା କରୁଣାକର ବାଇ , ଦିଗଲ ମିଶ୍ର,ହରିହର ଭୁକ୍ତା,ପ୍ରମୁଖ ବିଷୁବ ମିଳନ ଅନୁଷ୍ଠାନ କୁ ଆଗକୁ ଆହୁରି ଲୋକାଭିମୁଖୀ କାର୍ଯକ୍ରମ ମାନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ,କବି ଧିରା ଦାସ,ସସ୍ମିତା ମିଶ୍ର,ଗୁଣନିଧି ସାମଲ ,ସୁନିଲ ସିଂହ ସହ ଯୋଗ କରିଥିଲେ ଏହି ଅବସରରେ କିଶୋର ପାଲ,ବିହାରୀ ପୁର ,ତାଳଚେର ଅଞ୍ଚଳ ର ସଙ୍କୀର୍ତ୍ତନ ମଣ୍ଡଳୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା, କଣ୍ଠ ଶିଳ୍ପୀ ଶ୍ରୀମାନ ତତ୍ୱମସି ମିଶ୍ର,ଶ୍ରୀଯୁକ୍ତ ଭାଗ୍ୟରଥି ମହାପାତ୍ର,ଆଡଭକେଟ ଶ୍ରୀଯୁକ୍ତ ଜମ୍ବେଶ୍ଵର ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, କଣ୍ଠ ଶିଳ୍ପୀ ସୁଶ୍ରୀ ମିନତି ମହାରଣା ଙ୍କୁ ବିଷୁବ ପ୍ରକାର ପ୍ରଦାନ କରାଯାଇଥିଲା ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

