ଶିଶୁମନ୍ଦିରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ।

 

 

 

 

ଶିଶୁମନ୍ଦିରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ

 

ତାଳଚେର, ୧୨/୦୧ ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଆଚାର୍ଯ୍ୟ ଅନୀଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନୀତ ଅତିଥି ଭାବରେ ପ୍ରାଧ୍ୟାପିକା ଡ.କଳ୍ପନା ବୋଇତି, ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ ପଂଚାନନ ବେହେରା, ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ମଳୟ ଦାସ ପ୍ରମୁଖ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ଯୁବ ଦିବସର ମହତ୍ୱ ସମ୍ବଦ୍ଧରେ ଆଲୋକପାତ କରିଥିଲେ । ଅତିଥିମାନେ ନିଜ ଅଭିଭାଷଣରେ ଦେଶ ପ୍ରଗତିରେ ଯୁବ ପିଢୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ସେମାନେ ସ୍ୱାମୀ ବିବେକାନନ୍ଦଙ୍କ ପଥ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ସାମୁହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା । ତାହାସହିତ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ମନ୍ଦିରରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ସ୍ୱଦେଶୀ ସଂକଳ୍ପ ଗଣ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ପଂଚାନନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ବେହେରା, ଚତୁର୍ଭୂଜ ସାହୁ, ଟୁନିତା ସାହୁ, ଅଭୟ ସାହୁ, ଭଗବତୀ ମହାପାତ୍ର, କମଳ ଲୋଚନ ପ୍ରଧାନ, ସୁକନ୍ୟା ମାଝୀ, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର,ଛାତ୍ରୀ, ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ ।

 

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें