
#୨_ହଜାର_ଦରମାରୁ_୮_କୋଟିର_ମାଲିକ
କୁବେର ବାବୁଙ୍କ କଳା ସାମ୍ରାଜ୍ୟ….୨ ହଜାର ଦରମାରୁ ୮ କୋଟିର ମାଲିକ. #Crimeଭୁବନେଶ୍ୱର/କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ଭିଜିଲାନ୍ସ ଆଜି (ଗୁରୁବାର) ଗିରଫ କରିଛି । ଚଢ଼ାଉରେ ରାଜେଶଙ୍କଠୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି । ସମ୍ପତ୍ତି ନେଇ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା (ନଂ.୧୫/୨୦୨୬) ପଞ୍ଜିକୃତ କରାଯାଇଛି । ଆୟଠୁ ୨୪୧% ଅଧିକ ସମ୍ପତ୍ତି ଥିବା ନେଇ ତଦନ୍ତରେ ଜଣା ପଡିବା ପରେ ସରକାରୀ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।ତଦନ୍ତ ସମୟରେ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ଆଡମ୍ବରପୂର୍ଣ୍ଣ ଘର, ୧.୭୧ ଏକର ଜମିରେ ୪୦୦୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଦୁଇ ମହଲା ବିଶିଷ୍ଠ ଫାର୍ମହାଉସ, ୮ଟି ଦାମୀ ପ୍ଲଟ୍, ବ୍ୟାଙ୍କ ଡିପୋଜିଟ୍ ୧.୮୧ କୋଟି ଟଙ୍କା ,ନଗଦ ୬.୨୩ ଲକ୍ଷ ଟଙ୍କା,୩୫୦ ଗ୍ରାମ ସୁନା, ୧୩.୪୭ ଲକ୍ଷ ଟଙ୍କାର ଫ୍ଲାଇଟ ଟିକେଟ, ଘର କରଣା ସାମଗ୍ରୀ ୩୫.୫୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାବ୍ୟତୀତ ୩ଟି ବାଇକ ୨ଟି ଚାରିଚକିଆ ଗାଡ଼ି ଜବତ କରିଛି ଭିଜିଲାନ୍ସ ।
#Vigilance #Odisha
#kholamanchaprajatantralive
#photanews
#TheCommonTimes
#Odisha
#NewsUpdate
#BreakingNews
#CrimeNews


