
ବାପ ଯେମନ୍ ପୁଅମାନେ ବି ତେମନ୍: ଯାଅ ଏବେ ଆଇନର ବାମ୍ପ ନିଅ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ ନମ୍ବର ୱାର୍ଡ ମହିମା ନଗର ସାହିକୁ ଗତକାଲି ଜନଗଣନା ପାଇଁ ଯାଇଥିବା ୪ଜଣ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ସେହି ଅଞ୍ଚଳର ନିକୁଞ୍ଜ ରମଣ ଶତପଥୀଙ୍କ ସହିତ ତାଙ୍କ ଦୁଇ ପୁଅ ଭାନୁପ୍ରକାଶ ଶତପଥୀ ଏବଂ ଉଦିତ୍ ଶତପଥୀ ଗାଳିଗୁଲଜ କରି ମାଡ଼ ମାରିବା ସହ ସେମାନଙ୍କ ଗାଡ଼ି ବି ଭାଙ୍ଗି ଦେଇଥିଲେ ! ସେହି ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପୋଲିସ ! ଅଭିଯୁକ୍ତଙ୍କ ଘରେ ପଶି ଉକ୍ତ ବାପା ଓ ଦୁଇ ପୁଅଙ୍କୁ ପୋଲିସ ଘରୁ ଟେକି ନେଇ ଆଜି ସଂଗୀନ ଦଫା ଲଗାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ଖାରଜ ହୋଇଯିବା ଯୋଗୁଁ ଜେଲ ହାଜତକୁ ପଠାଇ ଦିଆଯାଇଛି !

