
ତାଳଚେର ବ୍ଲକ ଅନ୍ତର୍ଗତ ତେଣ୍ଟୁଲେଇ ଗ୍ରାମ ପଞ୍ଚାୟତ ବାର ନମ୍ବର ୱାର୍ଡର ମୁଣ୍ଡା ହଟିଙ୍ଗରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଉଚ୍ଛେଦ ଓ ଥଇଥାନ ଏବଂ ହାଉସିଙ୍ଗ ବୋର୍ଡ଼ର ବିଭିନ୍ନ ସମସ୍ୟା ନିମନ୍ତେ ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ମୁଁ ଓ ତାଳଚେର ସାର କାରଖାନାର ମହାପ୍ରବନ୍ଧକ ଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।।
ଏହି ବୈଠକରେ ବସ୍ତି ବାସିନ୍ଦାଙ୍କୁ ଜାଗା ପ୍ରଦାନ ସହ ଉପଯୁକ୍ତ କ୍ଷତିପୂରଣ, ନୂତନ ଘର ନିର୍ମାଣ ନିମନ୍ତେ ସମ୍ପୂର୍ଣ୍ଣ ଆର୍ଥିକ ଖର୍ଚ୍ଚ ପ୍ରଦାନ କରିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହିତ ହାଉସିଙ୍ଗ ବୋର୍ଡ଼ର ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ତାଳଚେର ସାର କାରଖାନା(FCI) ର ସମସ୍ତ ଉଚ୍ଚ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ବୈଠକରେ ୨୦ ନଂ ଜୋନ ଜିଲ୍ଲା ପରିଷଦ ସୁଶ୍ରୀ ରିତାରାଣୀ ଦାସ, ତେଣ୍ଟୁଲେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ବେହେରା, ଯୁବ ସମାଜସେବୀ ଶ୍ରୀଯୁକ୍ତ ରାଜେଶ ଦାସଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

