*କୋଇଲା ଖଣି ରେ ମୃତାହତ ଠିକା ଶ୍ରମିକ ପରିବାର କୁ 15 ଲକ୍ଷ ପରିବର୍ତ୍ତେ 25 ଲକ୍ଷ ସହାୟତା*
(ପ୍ରଧାନମନ୍ତ୍ରୀ, କୋଇଲା ମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କାଳନ୍ଦି ସାମଲ ଙ୍କୁ ଧନ୍ୟବାଦ )
ତାଳଚେର ;ତା 18/09/2025: କୋଇଲା ଖଣି ରେ କାର୍ଯ୍ୟରତ ମୃତାହତ ଠିକା ଶ୍ରମିକ ମାନଙ୍କୁ 15 ଲକ୍ଷ ପରିବର୍ତ୍ତେ 25ଲକ୍ଷ ର ଅନୁକମ୍ପା ମୁଲଜ ସହାୟତା ରାଶି ତାଙ୍କର ପରିବାର ଙ୍କୁ ପ୍ରଦାନ କରାଯିବ ବୋଲି କୋଇଲା ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ରେ ସେପ୍ଟେମ୍ବର 17 ରେ ବିଜ୍ଞପ୍ତି ପ୍ରକାଶ କରିଛି |ଏହାକୁ ନେଇ ସମସ୍ତ ଠିକା ଶ୍ରମିକ ଖୁସି ପ୍ରକଟ କରିଛନ୍ତି |ପ୍ରକାଶ ଥାଉକି 2019 ରେ ତାଳଚେର ଭରତପୁର କୋଇଲା ଖଣି ଏକ ବଡ଼ ଧରଣର ଦୁର୍ଘଟଣା ଘଟି ବହୁ ଶ୍ରମିକ ମୃତାହତ ହୋଇଥିଲେ |ସେତେବେଳେ କୌଣସି ଶ୍ରମିକ ନେତା ସଂଗଠନ ଶ୍ରମିକ ଙ୍କ ପାଇଁ ସ୍ୱର ଉତ୍ତୋଳନ କରିନଥିଲେ |ସେତେବେଳେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଶ୍ରମିକ ମାନଙ୍କର ହିତ ପାଇଁ ସେ ସମୟରେ ଦୀର୍ଘ 7 ଦିନ ପର୍ଯ୍ୟନ୍ତ ସମସ୍ତ କୋଇଲା ଖଣି ବନ୍ଦ କରିଥିଲେ |ଶେଷରେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରଲ୍ହାଦ ଯୋଶୀ ତାଳଚେର ଆସି ଠିକା ଶ୍ରମିକ ଙ୍କ ମୃତ୍ୟୁ ରେ 15 ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ |କୋଲ ଇଣ୍ଡିଆ 17 ତାରିଖରେ ଏହାକୁ 25 ଲକ୍ଷ ଅନୁକମ୍ପା ରାଶି ଘୋଷଣା କରିଛନ୍ତି |ଏଥିପାଇଁ ବିଜେପି ତରଫରୁ ତଥା ଶ୍ରମିକ ମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା ମନ୍ତ୍ରୀ ଜି କିସାନ ରେଡ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସମସ୍ତ ମଣ୍ଡଳ ସଭାପତି ଅଜୟ ସାହୁ, ସୁଶାନ୍ତ ସାମଲ, ,ରାଜେଶ ଦଳେଇ, ଦୀପକ ଦାସ ମାନସ ସାହୁ ଓ ସନ୍ତୋଷ ମହାନ୍ତି ଙ୍କ ସମେତ ସମସ୍ତ ପଦାଧିକାରୀ ଓ ଶ୍ରମିକ ନେତା ଧନ୍ୟବାଦ ଜଣାଇଛନ୍ତି |
REPORTED BY PRADEEP KUMAR MOHARANA
9439816464
TALCHER KHABAR



