ଓଏଭି ତାଳଚେରରେ ପ୍ରତିଷ୍ଠା ଦିବସ ପାଳିତ l

ଓଏଭି ତାଳଚେରରେ ପ୍ରତିଷ୍ଠା ଦିବସ ପାଳିତ

ଓଏଭି ତାଳଚେରରେ ପ୍ରତିଷ୍ଠା ଦିବସ ପାଳିତ

ତାଳଚେର,୨୦।୯ : ତାଳଚେର ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହୁଲପାଳରେ ୧୧ତମ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଭିଭାବକ ସଂଘର ସଭାପତି ବସନ୍ତ କୁମାର ନାୟକ ଯୋଗଦେଇ ବିଦ୍ୟାଳୟର ଅଧ୍ୟକ୍ଷ ଅମିତ୍ କୁମାର ସାମନ୍ତରାୟ ଓ କ୍ରୀଡ଼ା ଶିକ୍ଷକ ଶ୍ରୀକାନ୍ତ ବର୍ମାଙ୍କ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପତାକା ଉତ୍ତୋଳନ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆଦର୍ଶ ବିଦ୍ୟାଳୟର ଗଠନ ପ୍ରକ୍ରିୟା ଓ ଆଦର୍ଶ ବିଦ୍ୟାଳୟରେ ପାଠପଢି ଆଦର୍ଶ ମଣିଷ ହେବା ପାଇଁ ମୁଖ୍ୟ ଅତିଥି ବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଶିକ୍ଷକ ଜୟନାରାୟଣ ପଣ୍ଡା ପ୍ରମୁଖ ପ୍ରେରଣାଦାୟୀ ଓ ସାରଗର୍ଭକ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସମାଜ ସଚେତନମୂଳକ ନୃତ୍ୟ ନାଟିକା ଓ ସଙ୍ଗୀତ ପରିବେଷଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ ଶ୍ରୀମାନ ଅମଳେନ୍ଦୁ ପଣ୍ଡା ମଞ୍ଚ ପରିଚାଳନା ପୂର୍ବକ ନିଜ ବାକ୍ ଚାତୁରୀରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ। ପରିଶେଷରେ ବିଦ୍ୟାଳୟର ଅନ୍ୟତମ ଶିକ୍ଷକ ଅଜିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें