କଣିହାଁ ଅଞ୍ଚଳର ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବିପତ୍ର 

 

କଣିହାଁ ଅଞ୍ଚଳର ସମସ୍ୟା ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବିପତ୍ର ।

 

ତାଳଚେର,୬/୧୦: ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ ଅଞ୍ଚଳ ବାସୀଙ୍କୁ ବିଭିନ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପାରିପାର୍ଶ୍ୱିକ ବିକାଶ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ କଣିହାଁ ଠାରେ ଅନୁଷ୍ଠିତ ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆଜି ପାଞ୍ଚ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତାଳଚେର ଉପଖଣ୍ଡର କଣିହାଁ ବ୍ଳକ ଅନ୍ତର୍ଗତ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜନ୍ମଭୂମି ହୋଇଥିଲେ ମଧ୍ୟ ଅଞ୍ଚଳ ବାସୀ ବାହ୍ୟଜଗତରୁ ବିଛିନ୍ନ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ସମୟରେ ଏନଟିପିସି, ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଜେଆଇପିଟିଏଲ ଘରୋଇ କାରଖାନା କଣିହାଁ ଅଞ୍ଚଳରେ ଗଢି ଉଠିଛି । ବିକାଶ କ୍ଷେତ୍ରରେ ଅନେକ ସମ୍ଭାବନା ଥିଲେ ମଧ୍ୟ ରାଷ୍ଟ୍ରର ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ରଖିଥିବା ଏହି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା, ବିଜୁଳି, ପାନୀୟଜଳ ଓ ଗମନାଗମନ କ୍ଷେତ୍ରରେ ଉନ୍ନତି ହୋଇ ପାରିନାହିଁ। ଉପଖଣ୍ଡ କାର୍ଯ୍ୟାଳୟ, ତାଳଚେର ତହସିଲ, ଉପଖଣ୍ଡ ଚିକିତ୍ସାଳୟ ଯିବାକୁ ସରକାରଙ୍କ ପୂର୍ତ୍ତ ବିଭାଗ, ଆରଡିସି, ପଞ୍ଚାୟତରାଜ ଏବଂ ବ୍ଳକ ସ୍ତରରେ କୌଣସି ଗୋଟିଏ ବି ରାସ୍ତା କଣିହାଁ ଠାରୁ ଗୋଡ଼ିବନ୍ଧ ନାହିଁ। ଏନଟିପିସି ର ନିଜସ୍ୱ ରାସ୍ତା ଉପରେ ଏମସିଏଲ ଜେଆଇପିଟିଏଲ କମ୍ପାନୀ ର ଶହ ଶହ କୋଇଲା ପାଉଁଶ ବୋଝେଇ ଟ୍ରକ ମଝିରେ ଜୀବନକୁ ବାଜି ଲଗାଇ ଜନସାଧାରଣ ନିଜ ଦୈନଦିନ ଆବଶ୍ୟକତା ପୂରଣ କରୁଛନ୍ତି । ସେହିପରି କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ସାଙ୍ଗକୁ ଅସ୍ତ୍ରୋପଚାର ଗୃହରେ ଡାକ୍ତରୀ ଯନ୍ତ୍ରପାତି ନଥିବାରୁ ଦୂର ଦୁରାନ୍ତରୁ ପ୍ରସବ ବେଦନା ନେଇ ଆସୁଥିବା ଗରିବ ମହିଳା ନାହିଁ ନଥିବା ହଇରାଣ ହେଉଛନ୍ତି । ପ୍ରତି କ୍ଷେତ୍ରରେ ତାଙ୍କୁ ଘରୋଇ ହସ୍ପିଟାଲକୁ ରେଫର କରିବା ଦ୍ୱାରା ଅଯଥାରେ ଖର୍ଚ୍ଚାନ୍ତ ହୋଇ ସର୍ବସ୍ବାନ୍ତ ହେଉଛନ୍ତି । ଏଣୁ ସ୍ଥାନୀୟ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଅନ୍ତୁ ବୋଲି ତାଳଚେର ଜନ ବିକାଶ କଲ୍ୟାଣ ସଂଘ ଏବଂ ଅଞ୍ଚଳବାସୀଙ୍କ ପକ୍ଷରୁ ଅନୁରୋଧ କରଯାଇଛି । ଏନଟିପିସି କଣିହାଁ ରାସ୍ତାକୁ ଅବିଳମ୍ବେ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ହସ୍ତାନ୍ତର କରି ୪ ଲେନ ରାସ୍ତା ନିର୍ମାଣ କରାଯାଉ,ନଚେତ ଏନଟିପିସି, ଏମସିଏଲ, ଜେଆଇପିଟିଏଲ ମିଳିତ ଭାବେ କଣିହାଁରୁ ଗୋଡିବନ୍ଧ ରାସ୍ତାକୁ ୪ ଲେନ ବିଶିଷ୍ଟ କରିବାର ପଦକ୍ଷେପ ନିଆଯାଉ,ବିଜିଗୋଳ ବାରଡାଙ୍ଗୁଆ ଗ୍ରାମ ଦେଇ ଯାଇଥିବା ପୁରୁଣା ବଲାଙ୍ଗି ରାସ୍ତାରେ ନୂତନ ବ୍ରିଜ ତିଆରି କରାଯାଇ ସମଲ ରାସ୍ତା ସହ ପଞ୍ଚାୟତ ସଂଯୋଗୀକରଣ ରାସ୍ତାରେ ଅନ୍ତର୍ଭୁକ୍ତ କରାଯାଉ। କଣିହାଁ ତହସିଲରେ ଯଥା ଶୀଘ୍ର ନିବନ୍ଧନ କାର୍ଯ୍ୟଳୟ କାର୍ଯ୍ୟକ୍ଷମ କରାଯାଉ। ସରକାରଙ୍କ ଘୋଷଣା ପରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଣୁ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ପୁନଃ ଚାଲୁ କରିବା ସହ ଅନୁଗୋଳ ଓଏସଆରଟିସି ବସଷ୍ଟାଣ୍ଡ ଠାରୁ କିଛି ବସ ଭାୟା ତାଳଚେର ଦେଇ କଣିହାଁ ଓଏସଆରଟିସି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ସହ ଜିଲ୍ଲା, ଉପଖଣ୍ଡ ଅଫିସ ଏବଂ ମୁଖ୍ୟ ଚିକିତ୍ସାଳୟ ଯିବାକୁ ଲୋକଙ୍କ ଗମନାଗମନ ସୁଗମ ବ୍ୟବସ୍ଥା ଏବଂ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି, ଜେଆଇପିଟିଏଲ, ରେଙ୍ଗାଳି,ସମଲ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ମଧ୍ୟରୁ ତାଳଚେର ଉପଖଣ୍ଡ ବାସୀଙ୍କୁ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଦାବିପତ୍ର ଜରିଆରେ ନିବେଦନ କରାଯାଇଛି। ଉଲ୍ଲେଖିତ ସମସ୍ୟା ଗୁଡିକର ସମାଧାନ ଜିଲ୍ଲା ପ୍ରଶାସନ ଆଣିଲେ ନିଶ୍ଚିନ୍ତ ଭାବେ ତାଳଚେର ଉପଖଣ୍ଡ ସମିତ କଣିହାଁ ବାସୀ ଉପକୃତ ହୋଇପାରିବେ ଆଶାବ୍ୟକ୍ତ କରାଯାଇଛି। ଆଜି ର ଏହି ଦାବିପତ୍ର ପ୍ରଦାନ ବେଳେ ଜନ ବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ ଥମ୍ୱଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ l

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें