
ଘଣ୍ଟପଡ଼ାରେ ୨୨ ମଣ୍ଡପରେ ମା ଲକ୍ଷ୍ମୀ ପୂଜା
ତାଳଚେର:- ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମରେ ମା ଲକ୍ଷ୍ମୀ ପୂଜା ମହାସମାରୋହରେ ପାଲିତ ହେଉଛି । ସ୍କୁଲ ସାହି ଠାରୁ ଆରମ୍ଭ ହୋଇ ଗ୍ରାମ ଦୋଳ ଯାତ୍ରା ପଡିଆ ପର୍ଯ୍ୟନ୍ତ ୨୨ଟି ମେଢ଼ରେ ମା ଗଜ ଲକ୍ଷ୍ମୀଙ୍କ ପ୍ରତିମାକୁ ପୂଜା କରାଯାଉଛି l ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇ ଗ୍ରାମରେ ଥିବା ବିଭିନ୍ନ ପୋଖରୀରୁ ଜଳ କଳସରେ ଅଣାଯାଇ ଶୋଭାଯାତ୍ରା ଆୟୋଜନ କରାଯାଇ ଥିଲା l ନୀତି ନିୟମ ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା l ଘଣ୍ଟପଡ଼ା ସ୍କୁଲ ସାହି, ବର ସାହି, ସଅର ସାହି, ଢ଼ାବା ମାର୍କେଟ, ମଣ୍ଡପ ସାହି, ବାଲି ସାହି, ବଉଳଛକ, ତିଅର ସାହି, ମହାପାତ୍ର ସାହି, ନାକଟି ସାହି, ମହାନ୍ତି ସାହି, ବଡ ସାହି-କ ଓ ବଡ ସାହି-ଖ, ବଡ ସାହି-ଗ, ହରିଜନ ସାହି, ନାଏକ ସାହି, ସାମନ୍ତ ସାହି-କ ଓ ସାମନ୍ତ ସାହି-ଖ, ଭଗବତ ସାହି ଇତ୍ୟାଦି ପ୍ରମୁଖ ୨୨ଟି ମଣ୍ଡପରେ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଛି l ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ ଭାବରେ ସଜିତ ହେଇଥିବା ବେଳେ ଅତ୍ୟାଧୁନିକ ଏଲଇଡି ଲାଇଟ ଯୁକ୍ତ ବିଦ୍ୟୁତ୍ ତୋରଣ ସହ ଆଲୋକ ମାଳାରେ ସମଗ୍ର ଗ୍ରାମ ଝଲସି ଉଠୁଛି l କେତେକ ପୂଜା ମଣ୍ଡପରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ସହ ଭାରତୀୟ ସୈନିକ ବିରତ୍ୱର ପ୍ରଦର୍ଶନ କରାଯାଇ ଦର୍ଶକ ମାନଙ୍କୁ ବିମୋହିତ କରୁଛି l ସମସ୍ତ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ଦିନ ପୂଜା ମଣ୍ଡପରେ ସନ୍ଧ୍ୟା ଆଳତୀ ସରିଗଲା ପରେ କ୍ଷୀରି, କାକରା, ଆରିସା ଓ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଅଛି l ଗ୍ରାମର ବିଭିନ୍ନ ଛକ ରେ ଫାଷ୍ଟଫୁଡ୍, ଆଇସ୍କ୍ରିମ୍, ମନହୋରି ଖେଳନା ବେଲୁନ ବିକ୍ରୀ ହେଉଛି l ସନ୍ଧ୍ୟା ସମୟରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଆସି ମା ଙ୍କ ଆଶୀର୍ବାଦ ଭିକ୍ଷା କରି ସେଲ୍ଫି ପଏଣ୍ଟ ରେ ଫୋଟ ଉଠାଇ ଜନ ଗହଳି ସୃଷ୍ଠି କରୁଥିବା ଦେଖିବାକୁ ମିଳିଛି l ଶାନ୍ତି ଶୃଙ୍ଖଳାର ସହ ପୂଜା ଚାଲିଥିବା ଦେଖିବାକୁ ମିଳୁଛି l
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


