ସ୍ବର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ।।

ସ୍ବର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ।।

ତାଳଚେର ୨୪/୧୦/୨୪ ତାଳଚେର ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ଓ ଦୈନିକ ଖବର କାଗଜ “ଆଗେଇବା ” ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପକ, ତଥା “ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ର ପୂର୍ବତନ ଆଜୀବନ ସାଧାରଣ ସମ୍ପାଦକ ସ୍ଵର୍ଗତ ଡ଼ଃ ନିମାଇଁ ଚରଣ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ ଉପଲକ୍ଷେ ସ୍ଥାନୀୟ ଦେଉଳ ବେଡା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅନୁଷ୍ଠାନ ର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଡଃ ଉପେନ୍ଦ୍ର ପରିଡା ସଭାପତିତ୍ବ କରିଥିଲେ। ପ୍ରଥମେ ସ୍ବର୍ଗତ ପ୍ରଧାନ ଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ଵର୍ଗତ ଡଃ ନିମାଇଁ ଚରଣ ପ୍ରଧାନ ଜଣେ ସ୍ନେହ ଶ୍ରଦ୍ଧା , ଭଦ୍ରତା ,ନିର୍ଭୀକତା, ସରଳ ଜୀବନ, କର୍ତ୍ତବ୍ୟ ପରାୟଣ, ମିଷ୍ଠଭାଷୀ , ଦୟାଳୁ,ପରୋପକାରୀ ଏଵଂ ଦୃଢ଼ ସଂଗଠକ ଭାବରେ ସାରା ଅଞ୍ଚଳରେ ପ୍ରତିଷ୍ଠିତ ଥିଲେ ବୋଲି ଉପସ୍ଥିତ ଶୁଭେଚ୍ଛୁ ସମର୍ଥକ ଓ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଶତାଧିକ ବ୍ୟକ୍ତି ବିଶେଷ ନିଜର ମତାମତ ପ୍ରଦାନ କରିଥିଲେ। ବିଶେଷ କରି ସ୍ଵର୍ଗତ ଡକ୍ଟର ନିମାଇଁ ଚରଣ ପ୍ରଧାନ ଙ୍କ ଉତ୍ତମ ତଥା ନିବିଡ ବନ୍ଧୁ ପୂର୍ବତନ ସାଂସଦ , ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ, ଓ ଦୈନିକ ଖବର କାଗଜ ଆଗେଇବା ର ସମ୍ପାଦକ ମହେଶ ସାହୁ ଯୋଗ ଦେଇ ଡକ୍ଟର ନିମାଇଁ ଚରଣ ପ୍ରଧାନ ଙ୍କ ଛାଡ଼ି ଯାଇଥିବା ଅଭୁଲା ସ୍ମୃତି କୁ ମନେ ପକାଇ ଦୁଃଖ ପ୍ରକାଶ କରିଥିଲେ ,ତତ୍ ସହିତ ତାଙ୍କ ସହିତ ସଦା ସର୍ବଦା ଆଙ୍ଗାଗୀ ଭାବେ ଯୋଡ଼ି ହୋଇ କିପରୀ ଆଗକୁ ବଢ଼ିବାରେ ସହଯୋଗ କରିଥିବା କଥା ମଧ୍ୟ ପୂର୍ବତନ ସାଂସଦ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ। ଏଥିସହିତ ଡକ୍ଟର ସ୍ବର୍ଗତ ପ୍ରଧାନ ମହେଶ ସାହୁ ଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଅନୁଷ୍ଠାନ ସଂଗଠନ କୁ ସୂଚାରୁ ରୂପେ ନିର୍ବାହ କରିବାରେ ସେ କିଭଳି ସିଦ୍ଧ ହସ୍ତ ଥିଲେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ। ଏହି ଶ୍ରଦ୍ଧାଂଜଳି ସଭାରେ ତାଙ୍କ ପତ୍ନି, ପୁତ୍ର କନ୍ୟା, ପୁତ୍ରବଧୂ ନାତି ଙ୍କ ସମେତ ତାଳଚେର କଲେଜ ରଅଧ୍ୟକ୍ଷ ସୁବ୍ରତ କୁମାର ଦାଶ, ବିଜେପି ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ପୂର୍ବତନ ଅଧ୍ୟକ୍ଷ, ଅଶୋକ ଶର୍ମା, ଡଃ ବିନୟ ଖିଲାର , ଅନୁଗୋଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ପି ଏସ ଇଉ ସଭାପତି ଦେବୀ ମିଶ୍ର, ସରକାରୀ ଓଲିଲ ଗିରିଜା ଶଙ୍କର ମିଶ୍ର, ଅଜୟ ମିଶ୍ର,ଆଗେଇବା ର ପରିଚାଳନା ସମ୍ପାଦକ ଗଦାଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରିତା ରାଣୀ ଦାସ,ମହିଳା କଲେଜ ପୂର୍ବତନ ଅଧକ୍ଷା ସୋଭାଗିନି ଦେବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା, ତାଳଚେର କଲେଜ ର ଅଧ୍ୟାପକ, ଅଧ୍ୟାପିକା,ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ, ଓ ଆଗେଇବା ପରିବାର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଇଁ ରମେଶ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରି ସ୍ମୃତି ଚାରଣ କରିଥିଲା ବେଳେ ଆଗେଇବା ଖବର କାଗଜ ର ବାର୍ତ୍ତା ସଂପାଦକ ତପନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें