ମନିପର୍ସ ଫେରାଇଲେ ସମାଜସେବୀ କ୍ଷିରୋଦ ସାହୁ l

ମନିପର୍ସ ଫେରାଇଲେ ସମାଜସେବୀ କ୍ଷିରୋଦ ସାହୁ l

ତାଳଚେର,୧୦/୧୧: ପାଇଥିବା ମନିପର୍ସ ଫେରାଇଛନ୍ତି ସମାଜସେବୀ କ୍ଷିରୋଦ ସାହୁ । ଶ୍ରୀ ସାହୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତାରୁ ଏକ ଖଇରିଆ ରଙ୍ଗର ଏକ ମନିପର୍ସ ପାଇଥିଲେ । ସେଥିରେ ଏଟିଏମ କାର୍ଡ, ପରିଚୟ ପତ୍ର, ନୂତନ ଗୃହ ନିର୍ମାଣର ହିସାବ କାଗଜପତ୍ର ଓ ଅଳ୍ପ କିଛି ଟଙ୍କା ରହିଥିଲା । ଶ୍ରୀ ସାହୁ ପର୍ସ ପାଇବା ପରେ କିଛି ଲୋକଙ୍କୁ ପଚାରି ବୁଝିଥିଲେ। ସଠିକ ବ୍ୟକ୍ତିଙ୍କ ପରିଚୟ ନମିଳିବାରୁ ପର୍ସଟି ନିଜ ପାଖରେ ରଖିଥିଲେ । ତେବେ ତାଳଚେରରେ ରହୁଥିବା କଲିକତାର ଜଣେ ବଙ୍ଗାଳି ବ୍ୟକ୍ତି ଶ୍ରୀ ସାହୁଙ୍କୁ ଭେଟି ସେ ପାଇଥିବା ପର୍ସଟି ତାଙ୍କର ବୋଲି କହିଥିଲେ । ବ୍ୟକ୍ତି ଜଣକ ତାଳଚେରରେ ଏକ ନୂତନ ଗୃହ ନିର୍ମାଣ କାର୍ଯ୍ୟରେ ଠିକାଦାର ଭାବେ କାର୍ଯ୍ୟ ତୁଲାଉଛନ୍ତି । ସନ୍ଧ୍ୟା ସମୟରେ ଚାହା ଦୋକାନକୁ ଆସିବା ବେଳେ ପର୍ସଟି ପଡି ଯାଇଥିଲା ବୋଲି ସେ ସ୍ୱୀକାର କରିଥିଲେ । ଏହାପରେ ଶ୍ରୀ ସାହୁ ବ୍ୟକ୍ତି ଜଣକୁ ପର୍ସଟି ଫେରାଇ ଦେଇଥିଲେ । ନିଜର ପର୍ସ ଫେରି ପାଇବା ପରେ ସେ ନିଜେ ଖୁସି ହେଇ ସମାଜସେବୀ କ୍ଷିରୋଦ ସାହୁଙ୍କୁ ବେଶ ପ୍ରଶଂସା କରିଥିଲେ ।

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें