
ୟୁଥ୍ କନ୍ କ୍ଲେଭ ୨୦୨୫ରେ ସମାଜସେବୀ କ୍ଷିରୋଦ ସାହୁଙ୍କ ଯୋଗଦାନ
ତାଳଚେର,୨୭/୧୧: ଭୁବନେଶ୍ଵର ଠାରେ ଥିବା ଓଡ଼ିଶା ପ୍ରେସ୍ କ୍ଲବ୍ ଓ ସ୍ବସ୍ତି ପ୍ରିମିୟମ ହୋଟେଲ ଠାରେ ଦୁଇ ଦିନିଆ ଧରିତ୍ରୀ ୟୁଥ୍ କନ୍ କ୍ଲେଭ ୨୦୨୫, ପଞ୍ଚମ ସଂସ୍କରଣ ପାଳନ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ଓ ସଚେତନତା ପାଇଁ ଭାରତୀୟ ଜୀବ ବିଜ୍ଞାନୀ ପୂର୍ଣ୍ଣିମା ଦେବୀ ବର୍ମନଙ୍କ ଠାରୁ ପ୍ରତିଯୋଗୀ ସାଟିଫିକେଟ ପ୍ରାପ୍ତ କରିଛନ୍ତି ସମାଜସେବୀ କ୍ଷିରୋଦ ସାହୁ । ଶ୍ରୀ ସାହୁ ଦୀର୍ଘ ବର୍ଷ ହେବ ସାମାଜିକ କାର୍ଯ୍ୟ ସହିତ ବିଭିନ୍ନ ସ୍ଥାନର ନିଜେ ବୃକ୍ଷରୋପଣ କରିବା ସହିତ ଅନେକ ବ୍ୟକ୍ତି, ପରିବାରକୁ ଗଛ ପ୍ରଦାନ କରି ଆସୁଛନ୍ତି। ଏହି ଜଳବାୟୁ ପରିବର୍ତ୍ତନ ଓ ସମାଧାନ ସଚେତନତାରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ ମହାନିର୍ଦ୍ଦେଶିକା ତଥା ଡାଉନ୍ ଟୁ ଆର୍ଥ ର ସମ୍ପାଦିକା ପଦ୍ମଶ୍ରୀ ସୁନୀତା ନାରାୟଣ, କଲିକତାର ଅବସ୍ଥାପିତ ବ୍ରିଟେନ ଉପ ଉଚାଯୁକ୍ତ ଡକ୍ଟର ଆଣ୍ଡ୍ର୍ୟୁ ଫ୍ଲେମିଙ୍ଗ, ‘ଓଡିଶା ପୋଷ୍ଟ’ ର ସମ୍ପାଦକ ତଥାଗତ ଶତପଥୀ, ‘ଧରିତ୍ରୀ’ ଖବରକାଗଜର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

