
*ତାଳଚେର ଶିଶୁଵିଦ୍ୟା ମନ୍ଦିର ରେ ସପ୍ତଶକ୍ତି କାର୍ଯ୍ୟକ୍ରମ*
ତାଳଚେର :ତା 11/12/2025:
ସରସ୍ଵତୀ ଶିଶୁବିଦ୍ୟାମନ୍ଦିର, ତାଳଚେର ବ୍ରାହ୍ମଣୀ ବିହାରର ମାତୃଭାରତୀ ଓ ବିଦ୍ୟାଳୟର ଅଭିଭାବିକା ମାନଙ୍କୁ ନେଇ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ” ସପ୍ତଶକ୍ତି ସଂଗମ’ କାର୍ଯ୍ୟକ୍ରମ ତା୧୦/୧୨/୨୦୨୫ ବୁଧବାର ଦିନ ୩ ଘଟିକା ସମୟରେ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୨୩୦ ଜଣ ମାଆ ଭାଗନେଇଥିଲେ । ମୂଖ୍ୟ ଅତିଥି ଭାବରେ ପୂର୍ବତନ ଶିକ୍ଷୟିତ୍ରୀ ଶ୍ରୀମତୀ ପଙ୍କଜିନୀ ସାହୁ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ମମିତା ବେହେରା ଶିକ୍ଷା ବିକାଶ ସମିତି ଓଡିଶା ଅନୁଗୋଳ ବିଭାଗର ବିଭାଗ ଶିଶୁବାଟିକା ପ୍ରମୁଖ ତଥା (ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ଦେଉଳବେଡା କୋଲିୟରୀ ର ଗୁରୁମା), ମାଆ ମାନଙ୍କ ମଧ୍ୟରେ ସାତୋଟି ଶକ୍ତି ସପ୍ତଶକ୍ତିର ମିଶ୍ରଣ ବା ସଂଗମ ରହିବା ଦରକାର (୧.କିର୍ତ୍ତୀ ୨.ଶ୍ରୀ ୩. ବାକ୍ ୪. ସ୍କୃତି ୫. ମେଧା ୬. ଧ୍ରୀତି ୭. କ୍ଷମା ) ଉଦ୍ ବୋଧନ ମାଧ୍ୟମରେ ଜଣାଇଥିଲେ । ବିଦ୍ୟାଳୟର ବରିଷ୍ଟ ଗୁରୁମା ଶ୍ରୀମତୀ ରଶ୍ମିତ ରାଣୀ ଶତପଥି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାବୁଲି ସାମଲ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ଯୋଗାଇ ଦେଇଥିଲେ। ଏଥିରେ ୨୩ ଜଣ ଗୁରୁମା କାର୍ଯ୍ୟକ୍ରମକୁ ସଫଳ ରୂପ ଦେଇଥିଲେ।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

