୩୧ରେ ମାଆ ହିଙ୍ଗୁଳାଙ୍କ ପାଟବାରୀ ତଥା ନବକଳେବର ଉତ୍ସବ । (ପ୍ରତି ଘରେ ଦ୍ଵୀପ ପ୍ରଜ୍ବଳନ ଓ ଶାକାହାରୀ ଭୋଜନ ପାଇଁ ରାଜାଙ୍କ ନିବେଦନ) I

୩୧ରେ ମାଆ ହିଙ୍ଗୁଳାଙ୍କ ପାଟବାରୀ ତଥା ନବକଳେବର ଉତ୍ସବ ।

(ପ୍ରତି ଘରେ ଦ୍ଵୀପ ପ୍ରଜ୍ବଳନ ଓ ଶାକାହାରୀ ଭୋଜନ ପାଇଁ ରାଜାଙ୍କ ନିବେଦନ)

ତାଳଚେର, ୨୮ /୩: ତାଳଚେର ର ଆରାଧ୍ୟ ଦେବୀ ଅଗ୍ନୀ ରୂପା ମାଆ ହିଙ୍ଗୁଳା ଙ୍କ ପ୍ରସିଦ୍ଧ ଯାତ୍ରା ଚଳିତ ବର୍ଷ ୩୧ତାରିଖ ମଙ୍ଗବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି। ଏଵଂ ଚଳିତ ବର୍ଷ ମାଆ ଙ୍କ ମନ୍ଦୀର ନିକଟ ପୁର୍ବ ଦିଗରେ ଉଭସ୍ଥଳ ଚିହ୍ନଟ ହୋଇଛି।ତେବେ ଚଳିତ ବର୍ଷ ମାଆ ଙ୍କ ବିଧି ଅନୁସାରେ ତଥା ପ୍ରଚଳିତ ପଦ୍ଧତି ଅନୁଯାୟୀ ମାଆ ଙ୍କ ପାଟୱାରି ଉତ୍ସବ ଅନୁଷ୍ଠିତ ହେବ ଯାହାକି ଏହାକୁ ନବକଳେବର ମଧ୍ଯ କୁହାଯାଏ। କାରଣ ଏହି ଉତ୍ସବ ତଥା ନବକଳେବର ଜଣେ ରାଜାଙ୍କ ଜୀବ ଦଶା ମଧ୍ୟରେ ଥରେ ଆସିଥାଏ। ତେବେ ପୂର୍ବ ରାଜା ସ୍ଵର୍ଗତ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଙ୍କ ଗତ ବର୍ଷ…. ଦେହାନ୍ତ ହୋଇଥିଲା ତେଣୁ ତାଙ୍କ ଅନ୍ତେ ୨୬ତମ ରାଜା ଭାବେ ରାଜକୁମାର ଭିଜେୟନ୍ଦ୍ର ଚନ୍ଦ୍ର ଦେବ ଅଧିଷ୍ଠିତ ହେଲେ। ତେଣୁ ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମାଆ ଙ୍କ ନବକଳେବର ତଥା ପଟୱାରି ଉତ୍ସବ ପାଳନ କରିବା ପାଇଁ ରାଜା ଭିଜୟନ୍ଦ୍ର ଚନ୍ଦ୍ର ଦେବ ସୂଚନା ଦେଇଛନ୍ତି।ଦେବୀଙ୍କ ପ୍ରତୀକ ରୂପରେ ପୂର୍ବରୁ ପୂଜିତ ହେଉଥିବା ଖମ୍ବ, ପାଷାଣ, ପାଟ,ଚାନ୍ଦୁଆ ଆଦି ବିସର୍ଜନ କରାଯାଇ , ମାଆ ଙ୍କ ସମସ୍ତ ଆଭୁଷଣ ନୂତନ ଭାବେ ଲାଗି ହେବ।ସୂତାର ଓ ବଢ଼େଇ କାରିଗର ଦେବୀଙ୍କ ପ୍ରତୀକାତ୍ମକ ଖମ୍ବ ବିଧି ମୁତାବକ କାଟି ନୂତନ ଭାବରେ ନିର୍ମାଣ କରିବେ ।ଏପରିକି ଦାରୁ ସଂଗ୍ରହ ପାଇଁ ସ୍ବତନ୍ତ୍ର ଯାତ୍ରା ମଧ୍ୟ ହୋଇଥାଏ। ଏହି ଦାରୁ ସଂଗ୍ରହ ପାଇଁ ଆବଶ୍ୟକ ହେଉଥିବା କାଠ ହେଉଛି ଶାଳ ଗଛ। ଯେଉଁ ଶାଳ ଗଛ ସ୍ଥିର କରାଯାଇଥାଏ ସେହି ଶାଳ ଗଛରେ କୌଣସି ଚଢ଼େଇ ବସା କରିନଥିବା ସହିତ ମଲାଙ୍ଗ କିମ୍ବା ଅନ୍ୟ କୌଣସି ଗଛ ବା ଲତା ମାଡ଼ିନଥିବ। ସେହିଭଳି ଗଛ ଭିତର ପୋଲା ବା କୋତରା ହୋଇନଥିବ। ଏଥି ସହିତ ଏହି ଦାରୁ ମାଙ୍କ ପୀଠର ପୂର୍ବ ଦିଗରେ ଉକ୍ତ ଗଛ ସଂଗ୍ରହ କରାଯାଇଥାଏ। ସେହିଭଳି ଗଛ ବା ଦାରୁ ଚିହ୍ନଟ ପରେ ଉକ୍ତ ଦାରୁକୁ ପ୍ରଥମେ ସୁନା ଟାଙ୍ଗିଆ, ଦ୍ୱିତୀୟ ରୂପ ଟାଙ୍ଗିଆ, ତୃତୀୟରେ ଲୁହା ଟାଙ୍ଗିଆ ଦ୍ୱାରା କଟା ଯିବାର ନିୟମ ରହିଛି। ପରେ ପରମ୍ପରା ଅନୁଯାୟୀ ଏହି ପୂଜା ଦେହୁରୀ ସ୍ତ୍ରୀ ବେଶ ଧାରଣ କରି ରାଜାଙ୍କୁ ପଗଡ଼ି ଓ ରାଣୀଙ୍କୁ ମୁକୁଟ ପିନ୍ଧାଇଥାନ୍ତି l ନୂତନ ରାଜା ସେହି ସମୟରୁ ରାଜ୍ୟର ଅଧୀଶ୍ବର ଭାବରେ ସ୍ୱୀକୃତି ଲାଭ କରନ୍ତି। ଏହି ପରମ୍ପରାକୁ ମାଙ୍କ ନବକଳେବର ବା ପଟୁଆରୀ ପର୍ବ ଉତ୍ସବ କୁହାଯାଏlଏହି ଉତ୍ସବରେ ମାଆ ହିଙ୍ଗୁଳା ଓ କୁଟେଇ ଶୁଣି ଙ୍କ ପାଟ ବସ୍ତ୍ର, ଆଲମ, ଓ ଅନ୍ୟାନ୍ୟ ପୁଜା ବିଧି ସହିତ ପରମ୍ପରା ଅନୁଯାୟୀ ନୀତି ପାଳନ କରିବା ସହିତ ଏହା ବର୍ତ୍ତମାନର ରାଜା ଙ୍କ ଜୀବନବ୍ୟାପୀ ପର୍ଯ୍ୟନ୍ତ ଆଉ ପରିବର୍ତ୍ତନ ହୋଇନଥାଏ। ଯାହାକି ଜଣେ ରାଜାଙ୍କ ଜୀବନ କାଳରେ ଥରେ ମାତ୍ର ଏହି ପୁଜା ବା ହିଙ୍ଗୁଳା ଙ୍କ ନବକଳେବର ହୋଇଥାଏ। ତେଣୁ ଆଗମୀ ୩୧ତାରିଖ ମଙ୍ଗଳବାର ଦୀନ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ଙ୍କ ନବକଳେବର ହେଉଥିବାରୁ ଏହି ଦିନ ତାଳଚେର ର ସମସ୍ତ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ ଶାକାହାରୀ ଓ ଅରୁଆ ଭୋଜନ କରିବା ସହିତ ମାଆ ଙ୍କ ନାମରେ ପ୍ରତି ଘରେ ଦ୍ଵୀପ ପ୍ରଜ୍ବଳନ କରିବାକୁ ରାଜା ଭିଯାୟନ୍ଦ୍ର ଚନ୍ଦ୍ର ଦେବ ନିବେଦନ କରିଛନ୍ତି।।

 

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें