ଗତକାଲି ଏକ ଦିନିଆ ତାଳଚେର ଗ୍ରସ୍ତରେ ଆସିଥିବା କୋଲ୍ ଇଣ୍ଡିଆ ଲିମିଟେଡ୍ ର ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବି. ସାଇରାମଙ୍କୁ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ସାକ୍ଷାତ କରି ତାଳଚେର ନିର୍ବାଚନ ମଣ୍ଡଳୀର ଜମି ହରାଈଥିବା ଜମିହରା ପ୍ରଜା (Land Oustees) ଏବଂ ଜନସାଧାରଣ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇବା ସହ ୧୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ।
ଯଥା:- ୧. ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନାକୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଅଧୀନରେ ଏକ ଶିକ୍ଷାଦାନ କରୁଥିବା ଡାକ୍ତରଖାନା (Teaching Hospital) ଭାବରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି, ଯନ୍ତ୍ରପାତି ଏବଂ ବିଶେଷଜ୍ଞ ଡାକ୍ତରଙ୍କ ବ୍ୟବସ୍ଥା କରିବା।
୨. ଓଡ଼ିଶା R&R ନୀତି, ୨୦୦୬ ଅନୁଯାୟୀ PDF ତାଲିକାକୁ ଅପଡେଟ୍ କରି ସମସ୍ତ ପ୍ରମୁଖ ଜମି ହରାଈଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର ସମୟରେ ନିଯୁକ୍ତି ଏବଂ ପୁନର୍ବାସ ସୁବିଧା ପ୍ରଦାନ କରିବା। ୨୦୨୧ ମସିହାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହେଁସମୂଳ (ତଳସାହି), କଳମଛୁଇଁ, ମଝିକା, ଗୋପାଳପ୍ରସାଦ, ଜରଡ଼ା ଇତ୍ୟାଦି ଗ୍ରାମଗୁଡିକ ପାଇଁ “ନିଯୁକ୍ତି ପ୍ରଦାନ ପାଇଁ ଏକାକାଳୀନ ସମାଧାନ” (one-time settlement) ନିଷ୍ପତ୍ତି ଅନୁଯାୟୀ ଏହି ସମସ୍ୟାର ସମାଧାନ କରାଯାଇପାରିବ।
୩. MCL ଦ୍ୱାରା ସର୍ଭେ ଏବଂ ମାପ ସମୟରେ ରହିଥିବା ଘର ଏବଂ ନିର୍ମାଣ ପାଇଁ କ୍ଷତିପୂରଣ ପ୍ରଦାନ କରିବା, ଯାହା “Honeycomb House” ର ଅହେତୁକ ଯୁକ୍ତି ଦେଖାଇ ଦୀର୍ଘ ସମୟ ଧରି ବିଚାରାଧୀନ ରହିଛି।
୪. ଜନସାଧାରଣ ଏବଂ ଜମି ହରାଈଥିବା ଲୋକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ତାଳଚେରକୁ ଏକ ‘ସ୍ମାର୍ଟ ସିଟି’ ଭାବରେ ବିକଶିତ କରିବାକୁ MCL ର ଦଶନ୍ଧି ପୁରୁଣା ପ୍ରତିଶ୍ରୁତିକୁ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟକାରୀ କରିବା।
୫. ଜମି ହରାଈଥିବା ଲୋକଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ବେସରକାରୀ ଏବଂ ସରକାରୀ ଜମି ଅଧିଗ୍ରହଣ କରି ଏକ ପୁନର୍ବାସ ସ୍ଥଳ/ଟାଉନସିପ୍ ର ବିକାଶ କରିବା।
୬. ଜୀବନ ରକ୍ଷା ଏବଂ ପରିବେଶର ସୁରକ୍ଷା ପାଇଁ ପରିତ୍ୟକ୍ତ ଭୂତଳ ଖଣିଗୁଡ଼ିକରେ ତୁରନ୍ତ ବାଲି ଭର୍ତ୍ତି କରିବା ଏବଂ ଓପନକାଷ୍ଟ ଖଣିଗୁଡ଼ିକରେ ଭଲ ମାଟି ଭର୍ତ୍ତି କରିବା।
୭. MCL ପରିଚାଳନା ଏବଂ ସମସ୍ତ କୋଇଲା ଭିତ୍ତିକ ଶିଳ୍ପଗୁଡିକୁ ଅତି କମରେ ୫୦% କୋଇଲା ସଡ଼କ ପଥରେ ପରିବହନ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବା, ଯାହା ଦ୍ୱାରା ଜମି ହରାଈଥିବା ଲୋକଙ୍କ ମାଲିକାନାରେ ଥିବା ସ୍ଥାନୀୟ ଟ୍ରକଗୁଡିକ ସେମାନଙ୍କ ଜୀବିକା ନିର୍ବାହ ପାଇଁ ନିୟୋଜିତ ହୋଇପାରିବେ।
୮. CSR ପଦକ୍ଷେପ ଅଧୀନରେ ଗୁଣାତ୍ମକ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ଏକ ନୂତନ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଏବଂ ତାଳଚେର ସ୍ୱୟଂଶାସିତ କଲେଜକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଉନ୍ନୀତ କରିବା।
୯. କୋଇଲା ଖଣି ଏବଂ ଆନୁଷଙ୍ଗିକ ଶିଳ୍ପରେ ନିଯୁକ୍ତି ପାଇଁ ବେକାର ଯୁବକମାନଙ୍କୁ ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଗୁରୁଜାଙ୍ଗ ଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ର (Skill Development Centre) ପ୍ରତିଷ୍ଠା କରିବା।
୧୦. କଣିହାଁ, ଡଅଁରା, ଗୁରୁଜାଙ୍ଗ, ତାଳଚେର ସହର ଏବଂ କୁମୁଣ୍ଡାଠାରେ ପାଞ୍ଚଟି ନୂତନ DAV/DPS ସ୍କୁଲ ପ୍ରତିଷ୍ଠା କରିବା, ଯାହା ଦ୍ୱାରା ଜମି ହରାଈଥିବା ବ୍ୟକ୍ତି, ଚୁକ୍ତିଭିତ୍ତିକ ଶ୍ରମିକ ଏବଂ ସାଧାରଣ ଜନତାଙ୍କ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ।
୧୧. ମା’ ହିଙ୍ଗୁଳା ମନ୍ଦିରର ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ନତ ସୁବିଧା ସୁଯୋଗ, ତାଳଚେରରୁ ମନ୍ଦିର ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ସହିତ ଏକ ଚାରି-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ଏବଂ ଜିଲ୍ଲା ସଦର ମହକୁମା, ତାଳଚେର ବ୍ଲକ ଏବଂ କଣିହାଁ ବ୍ଲକର ସମସ୍ତ ସଂଯୋଗୀକରଣ ରାସ୍ତାର ବିକାଶ କରିବା।
୧୨. ଜମି ହରାଈଥିବା ବ୍ୟକ୍ତିଙ୍କ ସ୍ଥାୟୀ ଜୀବିକା ଏବଂ ଭବିଷ୍ୟତର ଆର୍ଥିକ ସହାୟତା ପାଇଁ MCL ର ବାର୍ଷିକ ଲାଭର ୧୫% ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା।
୧୩. ଧୂଳି ପ୍ରଦୂଷଣ ନିୟନ୍ତ୍ରଣ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କୋଇଲା ବୋଝେଇ ରେଳ ୱାଗନ/ଟ୍ରେନଗୁଡ଼ିକୁ ଟାରପୋଲିନ୍ (Tarpaulin) ଦ୍ୱାରା ଘୋଡ଼ାଇବା ବାଧ୍ୟତାମୂଳକ କରିବା।
୧୪. ଜମି ହରାଇବା ଏବଂ ପାରମ୍ପରିକ ଜୀବିକା ନଷ୍ଟ ହେବାକୁ ଦୃଷ୍ଟିରେ ରଖି, MCL ଅଧୀନରେ ଥିବା ସମସ୍ତ ଚୁକ୍ତିଭିତ୍ତିକ ସଂସ୍ଥାଗୁଡ଼ିକୁ ସ୍ଥାନୀୟ ଲୋକଙ୍କୁ ୯୦% (ଅଣକୁଶଳୀ ଏବଂ କୁଶଳୀ), ୮୦% (ଅତ୍ୟଧିକ କୁଶଳୀ ଏବଂ ପର୍ଯ୍ୟବେକ୍ଷକ) ଏବଂ ୬୦% (ପ୍ରବନ୍ଧକ ପଦବୀ) ଅନୁପାତରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବା।
15.



