ବିଷୁବ ମିଳନ କମିଟି ର ସାହିତ୍ୟ ମୋହାତ୍ସ୍ବବ ଓ ସମ୍ବର୍ଦ୍ଧନା ସଭା,,,,,,,,,,,,,,,,,,

ବିଷୁବ ମିଳନ କମିଟି ର ସାହିତ୍ୟ ମୋହାତ୍ସ୍ବବ ଓ ସମ୍ବର୍ଦ୍ଧନା ସଭା,,,,,,,,,,,,,,,,,
,ତାଳଚେର , ତା 15,4,2026 ରିଖରେ ତାଳଚେର ର ପୁରାତନ ସାହିତ୍ୟ ଓ ସମାଜସେବା ସଂଗଠନ ବିଷୁବ ମିଳନ କମିଟି ତରଫରୁ ଚଳିତ ବର୍ଷ ପଞ୍ଚାୟତ ସଭାଘର ଠାରେ ସାହିତ୍ୟ ଆଲୋଚନା ,କବିତା ପାଠୋତ୍ସବ ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି,ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୂଜା କରାଯାଇଥିଲା ,ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସଂବର୍ଦ୍ଧନା କରାଯାଇଥିଲା,ଏହି ସଭାରେ ତାଳଚେର ର ସମସ୍ତ କବି ,କବୟତ୍ରୀ ଯୋଗଦେଇ ଓଡ଼ିଆ ଅସ୍ମିତା କୁ ଉଜ୍ଜୀବିତ କରିବାର ବଜ୍ର ଶପଥ ନେଇ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ମୁଖ୍ୟ ଅତିଥି ଭାବେ ଓଡ଼ାପଡ଼ା କଲେଜ ର ଓଡ଼ିଆ ବିଭାଗ ର ପ୍ରଫେସର ଶ୍ରୀଯୁକ୍ତ ଗୁରୁ ରାଉତରାୟ ଯୋଗଦେଇ ଓଡ଼ିଆ ସାହିତ୍ୟର କୃତି ଏବଂ ପୁରାତନ ସାହିତ୍ୟ ଓ ନୂତନ ସାହିତ୍ୟ ଧାରା ଙ୍କୁ ଆଲୋକପାତ କରିବା ସହିତ ସାହିତ୍ୟ କୃତି ରେ ଲେଖକ ,ଲେଖିକା ଙ୍କ ଭିନ୍ନ ଭିନ୍ନ ଭାବ କୁ ବ୍ୟାଖ୍ୟାନ ପୂର୍ବକ ଅବଲୋକନ କରିଥିଲେ ,ଅନ୍ୟତମ ସମ୍ମାନିତ ଅତିଥି ତାଳଚେର କଲେଜ ର ନୃତତ୍ତ୍ୱ ବିଭାଗ ଅଧ୍ୟାପିକା ସୁଶ୍ରୀ ବାଗମୟୀ କବିକନ୍ୟା ତାଳଚେର ସାହିତ୍ୟ ଜଗତରେ ବିଭିନ୍ନ କୃତି ଓ ଓଡ଼ିଶା ସାହିତ୍ୟନ ରେ ଖ୍ୟାତି ଲାଭ କରିଥିବା ସାହିତ୍ୟିକ ଙ୍କ ଜୀବନ କେତେ କଠିନ ଏବଂ ସର୍ବୋପରି କୋଡ଼ିଏ ବର୍ଷ ରୁ ଅଧିକ ବିଷୁବ ମିଳନ କମିଟି ଯେଉଁ ନିରନ୍ତର ସାହିତ୍ୟିକ ଙ୍କୁ ସୃଷ୍ଟି କରି ସମାଜ ସେବା କରି ଉଦାହରଣ ବୋଲି ଅଭିହିତ କରିଥିଲେ,ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ତଥା ଯେ,ବି ,ଆର୍ ହସ୍ପିଟାଲ ର ଅନ୍ୟତମ ସତ୍ଵାଧିକାରୀ ସମାଜସେବୀ ଜଗନ୍ନାଥ ପ୍ରଧାନ ଯୋଗଦେଇ ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ,ମଞ୍ଚାସୀନ ଅନ୍ୟ ଅତିଥି ଭାବେ ଶିକ୍ଷାବିତ୍ ,ପ୍ରବଚିକା ଶ୍ରୀମତୀ ଧୀରା ଦାସ,ତାଳଚେର କଲେଜ ପୂର୍ବତନ ପ୍ରାଧ୍ୟାପିକା ଶ୍ରୀମତୀ କଳ୍ପନା ବୋଇତୀ,ଗୀତିକବି ଶ୍ରୀମତୀ ରତ୍ନପ୍ରଭାବାଇ,ବରିଷ୍ଠ ଓକିଲ ତଥା ବର୍ଣାଳୀ ର ସଭାପତି,ଶ୍ରୀଯୁକ୍ତ ଯଦୁମଣି ସାହୁ,ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷା ସଭାଗିନୀ ଦାସ,ପ୍ରମୁଖ ଓଡ଼ିଆ ଅସ୍ମିତା ରେ ସାହିତ୍ୟିକ ଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ,ବିଷୁବ ମିଳନ କମିଟି ର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର,ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ ରେ ସମାଜ ର ବିଭିନ୍ନ ବର୍ଗରୁ ସାଇଥିବା କବି ,କବୟତ୍ରୀ ,ସମାଜ ସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା,ଅନନ୍ତ ବଳିଆ ଭଗବତ୍ ସଂଗଠନର କିଶୋର ସାହୁ ଏବଂ ନିର୍ମଳ ଚନ୍ଦ୍ର ମିଶ୍ର,ନାରୀକବି ଶୁଭଶ୍ରୀ ଭଞ୍ଜ,ଜାନକୀ ଶତପଥୀ, ବଷ୍ଟାଣ୍ଡ ରେ ଥିବା ପାଚିକା ସହାୟିକା ,ବରିଷ୍ଠ ପ୍ରବଚିକା ଧୀରା ଦାସ ,ରାଷ୍ଟ୍ରତନ୍ତ୍ର ର ସମ୍ପାଦକ ଶ୍ରୀଯୁକ୍ତ ଦେବାଶିଷ ପରିଡ଼ା ,ପରିବେଶବିତ୍ ,ବାଉରୀବନ୍ଧୁ ବେଜ ପ୍ରମୁଖ ଙ୍କୁ ସମର୍ଧିତ କରାଯାଇଥିଲା,ଶେଷରେ ଏକ ମୋନଜ୍ଞ କବିତା ପାଠ ସହ ସଭା ସାଙ୍ଗ ହୋଇଥିଲା

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें