
*ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁଗୋଳ ଜିଲ୍ଲା ଗସ୍ତ*
ଅନୁଗୁଳ :ତା 16/04/2026: ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କର ଏପ୍ରିଲ 17 ଶୁକ୍ରବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି | ଭୁବନେଶ୍ୱର ରୁ ବାହାରି ଅପରାହ୍ନ ରେ ଆକାଶ ମାର୍ଗରେ ଜିନ୍ଦଲ ଏୟାରପୋର୍ଟରେ ପହଞ୍ଚିବେ ।ଅପରାହ୍ନ 4:. 30 ରେ ଅନୁଗୋଳ ସଭାଘର ଠାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।ସନ୍ଧ୍ୟା ରେ ଅନୁଗୋଳ ଜିଲ୍ଲା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମହୋତ୍ସବ କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି |ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି |ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ବ୍ୟାପକ ପ୍ରସ୍ତୃତି ହୋଇଛି |


