
କୋଇଲା ଖଣି ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ
ତାଳଚେର, ୨୪/୦୮ ଭୁବନେଶ୍ଵରୀ କୋଇଲାଖଣିର ଏମସିଏଲ ଏଲ ଦ୍ବାରା ସର୍ଭେ କାର୍ଯ୍ୟକୁ ଅରଖପାଳ ଗ୍ରାମବାସୀ ବିରୋଧ କରି ଆନ୍ଦୋଳନ ଳନକୁ ଓହ୍ଲାଇଥିଲେ| ପରେ ଘଟଣାସ୍ଥଳରେ ତାଳଚେର ପୁଲିସ ଓ ଉପଖଣ୍ଡ ପ୍ରଶାସନ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଗ୍ରାମବାସୀ ପୁଲିସ୍ ପ୍ରଶାସନର ପ୍ରତିଶ୍ରୁତିକୁ ଅବମାନନା କରିଥିଲେ। ପରେ ଘଟଣାସ୍ଥଳ ଳରେ ଏସ୍ଡିପିଓ ଭରତ ଚନ୍ଦ୍ର ସାହୁ ପହଞ୍ଚି ବୁଝାସୁଝା କରିବାସହ ଗ୍ରାମବାସୀଙ୍କୁ ଆସନ୍ତା ୧୫ ଦିନ ସମୟ ଦେବାକୁ ମହଲତ ମାଗିଥିଲେ | ଏମସିଏଲର ଗ୍ରାମର କିଛି ଅଞ୍ଚଳର ଜମି ଅଧିଗ୍ରହଣ କରୁଥିବାବେଳେ ଶତାଧିକ ଗ୍ରାମବାସୀ ଏହାକୁ ବିରୋଧ କରି ସର୍ଭେ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଅଧିଗ୍ରହଣ କରିଥିବା ଅଞ୍ଚଳରେ ଖଣିକାର୍ଯ୍ୟ ଆରମ୍ଭକଲେ ଗାଁର ବହୁ ମାତ୍ରାରେ କ୍ଷତି ହେବାସହ ବାକିଥିବା ଅଞ୍ଚଳରେ ଧୂଳିଉଡି଼ ପରିବେଶ ଓ ପାଣି ଦୂଷିତ ଲୋକେ ନାନା ପ୍ରକାରର ଅସୁବିଧାରେ ପଡ଼ିବାନେଇ ଅଭିଯୋଗ କରିଛନ୍ତି। ଛନ୍ତି। ଗାଁପାଖରେ ଖଣିକାର୍ଯ୍ୟ ଯୋଗୁଁ ବ୍ଲାଣ୍ଟିଂ ହୋଇ ଘର ଭାଙ୍ଗୁଛି! ତଣୁ କିଛି ଅଞ୍ଚଳ ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରି ଏମସିଏଲ ସଂପୂର୍ଣ୍ଣ ଗାଁକୁ ଅଧିଗ୍ରହଣ କରିବାକୁ ଦାବି ହୋଇଛି। ଆଗାମୀ ଦିନରେ ଆନ୍ଦୋଳ ଦାଳନ ତୀବ୍ରତର ହେବବୋଲି ଗ୍ରାମସଭାପତି ଜନତା ବେହେରା, ଉପଞ୍ଚ ନରେଶ ଚନ୍ଦ୍ର ବେହେରାଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


