
ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ ଉପରେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ
ସ୍ଵୟଂଶାସିତ ମହାବିଦ୍ୟାଳୟ ,ତାଳଚେର ଏବଂ ସ୍ବେଛାସେବୀ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍ ତରଫରୁ ସ୍ଥାନୀୟ ମହାବିଦ୍ୟାଳୟ ତାଲିମ୍ ଗୃହ ଠାରେ ଛାତ୍ର ଏବଂ ଛାତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ତାଲିମ୍ ପାଇଁ ସ୍ଥିର କରାଯାଇଛି. କେବଳ ମାଣ୍ଡିଆ ନୁହଁ ତା ସହିତ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟା କରଣ ଯେମିତିକି ପଣସ , କଦଳୀ, କନ୍ଧମୂଳ ରୁ ଭି ମଧ୍ୟ ଶିଖା ଯିବାର ପ୍ରସ୍ତାବ ରହିଛି. ପ୍ରାରମ୍ଭରେ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ ରଥ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ମାଣ୍ଡିଆର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମେଜର ସୁବ୍ରତ ଦାସ ଏବଂ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେଶନର ନିର୍ଦ୍ଦେଶକ ବୁଦ୍ଧଦେବ ଦାସ ସହିତ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଙ୍କ ସହିତ ଅନୁଷ୍ଠାନର ପ୍ରୋଗ୍ରାମ୍ ଅଫିସର ମମତାରାଣୀ ବିଶିମାଝୀ , କାର୍ଯ୍ୟ କ୍ରମ ସଂଯୋଜକ ସନ୍ଦୀପ୍ତା ବୀରବର୍ମା , ମହାଦେବ ଦାସ ପ୍ରଭୃତି ଯୋଗଦାନ କରିଥିଲେ ।


