ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ l

ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ l
ତାଳଚେର ,, ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ଗତ କାଲି ଭୋଟ ଗଣତି ହୋଇଥିଲା ଏଥିରେ କର୍ମକର୍ତା ମାନେ ବିପୁଳ ବିଜୟ ପରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ନୂତନ କର୍ମକର୍ତ୍ତା ଙ୍କ ସକାଳେ ମାଆ ହିଙ୍ଗୁଳା ପୀଠରେ ଦର୍ଶନ କରିବା ସହିତ ସନ୍ଧ୍ୟା ରେ ଟ୍ରକ ମାଲିକ ସଂଘ ପରିସରରେ ନୂତନ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସଂଘର ଲିଗାଲ ଉପଡେଷ୍ଟା ଯଦୁମଣି ସାହୁ ଓ ହରେକୃଷ୍ଣ ପାତ୍ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସପଥ ପାଠ କରାଇଥିଲେ। ପ୍ରଥମେ ନବ ନିର୍ବାଚିତ ସଭାପତି ଦିଲୀପ ପାଣି ଙ୍କ ପଦ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ। ସେହିପରି କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପ୍ରଧାନ, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଉପସଭାପତି ଅମୂଲ୍ୟରତ୍ନ ଭୁତିଆ, ଶ୍ରିହରୀ ସେଠୀ, କୋଷାଧ୍ୟକ୍ଷ ଭାବେ ମଦନ ମୋହନ ମହାପାତ୍ର ଙ୍କ ସମେତ ସହ ସଂପାଦକ ଦିବ୍ୟ ରଞ୍ଜନ ଗଡ଼ନାୟକ ଜିତେନ୍ଦ୍ର କୁମାର ରାଉତ ସୁବ୍ରତ କୁମାର ସାହୁ, ଅଡିଟର, ସରୋଜ କୁମାର ସାହୁ, ପ୍ରମୁଖ ଙ୍କ ସହ କାର୍ଯ୍ୟକାରୀ ସଦସ୍ୟ ଙ୍କୁ ମଧ୍ୟ ଶପଥ ପାଠ କରାଇଥିଲେ। ସମସ୍ତେ ଟ୍ରକ ମାଲିକ ସଂଘର ସ୍ବାର୍ଥ ପାଇଁ ନିଷ୍ଠାପର ସହ କାର୍ଯ୍ୟ କରିବେ ବୋଲି ଶପଥ ଗ୍ରହଣ କରିଥିଲେ । ତେବେ ତାଳଚେର ଟ୍ରକ ମାଲିକ ସଂଘର ଉନ୍ନତି କଳ୍ପେ ଏହି ନୂତନ କର୍ମକର୍ତ୍ତା ମାନେ ଆଗାମୀ ୨୦୨୫/୨୭ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି କୁହାଯାଇଥିଲା। ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଫିରୋଜ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏଵଂ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ସଂଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ l

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें