ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ରେ ହୋମଯଜ୍ଞ ଓ ଗୋମାତା ପୂଜନ କରି ଗୋଷ୍ଟାଷ୍ଟମୀ ପାଳିତ*

 

 

 

 

 

 

 

*ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ରେ ହୋମଯଜ୍ଞ ଓ ଗୋମାତା ପୂଜନ କରି ଗୋଷ୍ଟାଷ୍ଟମୀ ପାଳିତ*

ତାଳଚେର :ତା 30/10/2025: ତାଳଚେର ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ରେ ପବିତ୍ର ଗୋଷ୍ଟାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି |ଆଜି ଗୁରୁବାର ପବିତ୍ର ଗୋଷ୍ଟାଷ୍ଟମୀ ରେ ତାଳଚେର ବ୍ଲକ ଘଣ୍ଟପଡା ପଂଚାୟତ ର ବାଘମରା ଗ୍ରାମରେ ଥିବା ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ଗୋଶାଳା ରେ ହୋମଯଜ୍ଞ, ଗୋ ମାତା ଙ୍କୁ ପୂଜାର୍ଚନା, ଭଜନ ସଂକୀର୍ତନ, ପ୍ରବଚନ ଆଦି କାର୍ଯ୍ୟକ୍ରମ କରାଯାଇଛି |ପୁରୀ ଗୋବର୍ଦ୍ଧନ ପୀଠ ରୁ ଆସିଥିବା ଗୋ ମାତା ଙ୍କୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାମୁହିକ ଭାବେ ପୂଜାର୍ଚନା କରାଯାଇଥିଲା |ବୈଦିକ ରୀତିନୀତି ଅନୁଯାୟୀ ଆଧ୍ୟାତ୍ମିକ ପରିବେଶ ରେ ସକାଳୁ ହୋମଯଜ୍ଞ କରାଯାଇ ଥିଲା |ପ୍ରଥମ ଥର ପାଇଁ ତାଳଚେର ରେ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା |ଉକ୍ତ ଭବ୍ୟ ପରିବେଶ ମଧ୍ୟରେ ବିଭିନ୍ନ ଗ୍ରାମରୁ ଆସିଥିବା ସଂକୀର୍ତନ ମଣ୍ଡଳୀ ନାମ କୀର୍ତନ କରିଥିଲେ |ଉପସ୍ଥିତ ଶତାଧିକ ଜନସାଧାରଣ ପ୍ରସାଦ ସେବନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କର ସେବା ସଚିବ ବରୁଣ କୁମାର ସାହୁ, ପର୍ଶୁରାମ ବାରିକ, ଡ଼ଃ ସଂଜୀବ ରାଉତ, ଜ୍ୟୋତିର୍ମୟ ରଥ, ଜଗଦୀଶ ମିଶ୍ର, ଅମିତ କୁମାର ଦାସ, ଜଗଦୀଶ ସିଂହ, ବିଜୟ କୁମାର ସାହୁ, ମଦନ ସୁନ୍ଦର ପ୍ରଧାନ, ମାୟାଧର ସାହୁ ଗୋପବନ୍ଧୁ ସାହୁ, ଅଜୟ ସାହୁ, ବବଲୁ ସାହୁ, ଇଲୁ ସାହୁ, ଅନ୍ତର ସାହୁ, ସରୋଜିନୀ ସାହୁ, ଅଞ୍ଜଳି ସାହୁ, ଅମୁଲ୍ୟ ସାହୁ, ଗଙ୍ଗାଧର ବେହେରା, ପୂର୍ଣଚନ୍ଦ୍ର ବେହେରା ଙ୍କ ସମେତ ଶତାଧିକ ଆଦିତ୍ୟ ବାହିନୀ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଜିଲ୍ଲା କାର୍ଯ୍ୟବାହ ଅନିଲ ମହାନ୍ତି, ଜିଲ୍ଲା ପ୍ରଚାରକ ଅନନ୍ତ କୁମାର ସାହୁ,ଜିଲ୍ଲା ପରିଷଦ ସଦସ୍ୟା ରିତା ଦାସ ଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ l

 

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें