ତାଳଚେର କୋର୍ଟ ରେ ତାଲୁକ୍ ଲିଗାଲ କମିଟି ପକ୍ଷରୁ ଆଇନ ସହାୟତା ଶିବିର ଅନୁଷ୍ଠିତ।।

ତାଳଚେର କୋର୍ଟ ରେ ତାଲୁକ୍ ଲିଗାଲ କମିଟି ପକ୍ଷରୁ ଆଇନ ସହାୟତା ଶିବିର ଅନୁଷ୍ଠିତ।।

ତାଳଚେର ୧୬/୧ ତାଳଚେର କୋର୍ଟ ପରିସରରେ ଥିବା ମଧୁସୂଦନ ସମ୍ମିଳନୀ କକ୍ଷ ଠାରେ ତାଳଚେର ବାର ଆସୋସିଏସନ ର ସଭାପତି ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନ ରେ ତାଳଚେର ତାଳୁକ୍ ଲିଗାଲ କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ତାଳଚେର ର ଜିଲ୍ଲା ଓ ଦୌରା ଜର୍ଜ୍ ତଥା ତାଳଚେର ଲିଗାଲ କମିଟି ର ଅଧକ୍ଷ ସତ୍ୟନାରାୟଣ କର ଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ତାଳଚେର ର ସବଜର୍ଜ ସ୍ୱର୍ଣଳତା ନାୟକ ଓ ଅତିରିକ୍ତ ସବଜର୍ଜ ମଧୁସ୍ମିତା ଜେନା, ଜେ ଏମ୍ ଏଫ୍ ସି ,କ୍ରୀଷ୍ଣା ସୁବୁଦ୍ଧି ଯୋଗ ଦେଇ ଥିଲେ। ରିସର୍ଚ୍ଚ ଅଧିବକ୍ତା ଭାବେ ବଶିଷ୍ଠ ଆଇନଯିବି ଯଦୁମଣି ସାହୁ କୃତ୍ରିମ ବୁଦ୍ଧିମତା, ଏଵଂ ବରିଷ୍ଟ ଆଇନ ଜୀବି ଛବି କୁମାର ସାହୁ ମେଡିଏସନ ୨୦୦୭ ,(ମାମଲା ବିଚାର ପୂର୍ବରୁ ମଧ୍ୟସ୍ଥତା ) ଉପରେ ଆଲୋକପାତ କରିଥିଲେ। ଅତିରିକ୍ତ ସିଭିଲ ଜର୍ଜ ଓଡିଶା ଉଚ୍ଚ ନ୍ୟାୟାଳୟର ଭିଡ଼ିଓ କନଫରେନ୍ସଙ୍ଗୀ ରେ କୋର୍ଟ ଆଇନ ୨୦୨୦ ର, ସବ ଜର୍ଜ ସିଭିଲ ପ୍ରସ୍ୟୁଡର ଓ ଏ ଡି ଆର ୨୦୦୭ , ସଂମ୍ପର୍କରେ ସନ୍ତୋଷ କୁମାର ସାହୁ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ଫଇସଲା କୁ କିପରି ଇଁଗ୍ରାଜି ଭାଷାରୁ ଯେ କୌଣସି ଆଞ୍ଚଳିକ ଭାଷାକୁ କୂତ୍ରିମ ବୁଦ୍ଧିମତ୍ତା ପୋର୍ଟାଲ ମାଧ୍ୟମରେ ଅନୁବାଦ କରାଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ପରିଶେଷରେ ତାଲୁକ ଲିଗାଲ କମିଟି ର ଅଧକ୍ଷ ଶ୍ରୀ କର ଉପରୋକ୍ତ ସମସ୍ତ ଦିଗ ଉପରେ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉକ୍ତ ଶିବିରରେ ଆଇନ ଯିବୀ ବାଉରୀ ବନ୍ଧୁ ବେଜ ସଂଯୋଜନା କରିଥିଲା ବେଳେ ଓକିଲ ସଙ୍ଘର ସଧାରଣ ସମ୍ପାଦକ ମାନସ ରଂଜନ ବାଇ ଧନ୍ୟବାଦ୍ ଦେଇଥିଲେ। ଏଵଂ ଏହି କାର୍ଯ୍ୟକ୍ରମରେ ତାଳଚେର ଓକିଲ ସଙ୍ଘର ବହୁ ବରିଷ୍ଠ ଆଇନଜୀବି ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।।

 

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें