
*ଜମିରେ ଥିବା ଖାଲରେ ବୁଡ଼ି ଶିଶୁ ମୃତ*
*********
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଏକ ଅଭାବନୀୟ ଘଟଣାକ୍ରମେ ବିଲ ମଝିରେ ଥିବା ଖାଲରେ ବୁଡ଼ି ଏକ ନିରୀହ ଶିଶୁର ଜୀବନଦୀପ ଲିଭିଯାଇଛି। ଖବରରୁ ପ୍ରକାଶ ଆଜି ଅପରାହ୍ନ ୧ଘ ସମୟରେ ରସୋଳଥାନା କାରନ୍ଦା ଜିପି ଗିରିଧରପ୍ରସାଦ ଗ୍ରାମର ହୃଦାନନ୍ଦ ନାଏକଙ୍କ ଦ୍ଵିତୀୟଶ୍ରେଣୀ ପଢ଼ୁଥିବା ୯ବର୍ଷୀୟ ପୁତ୍ର ସାଇପ୍ରସାଦ ନାଏକ ଘର ପଛପାଖରେ ଥିବା ଜୈନିକ ବ୍ୟକ୍ତିଙ୍କ ବିଲ ନିକଟରେ ଖେଳୁଥିବା ସମୟରେ ଉକ୍ତ ଜମିରେ ଥିବା ଏକ ଚୁଆ(ପାଣି ଭର୍ତ୍ତି ଗର୍ତ୍ତ)ରେ ଜାଣି ନପାରି ଖସିପଡି ବୁଡ଼ିଯାଇଥିଲା ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ତେବେ ପୁଅ ନାଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଉଦ୍ଧାରକରି ଆଣି ଖଜୁରିଆକଟା ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଦେଖାଇବାରୁ ଡାକ୍ତର ସାଇକୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଶବଜବତ କରି ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡୁଛି। ଶିଶୁଟିର ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଜନସାଧାରଣ ଦାବି କରିଛନ୍ତି
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


