
ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଂଜଳି ଓ ଶକୋ ସଭା ଅନୁଷ୍ଠିତ।।
ତାଳଚେର ୨୪/୨ ତାଳଚେର ସହର ଉପକଣ୍ଠରେ ଥିବା ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିବା ଦିନ ଠାରୁ କଲେଜ ରେ କାର୍ଯ୍ୟ ନିର୍ବାହ କରିଥିବା ଅବସର ପ୍ରାପ୍ତ କର୍ମଚାରୀ ଦାଶରଥି ସାହୁ ଙ୍କ ଆଜି ପରୋଲୋକ ଘଟିଛି। ସେ ତାଙ୍କ ରହଣି ସମୟରେ କଲେଜ ରେ କିରାଣୀ ଭାବେ ନିଜର କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିଥିଲେ।ସେ କିଛି ଦିନ ହେଲା ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଦୁଇ ନମ୍ବର ୱାର୍ଡ ସ୍ଥିତ ନିଜ ବାସଭବନ ରେ ଶେଷ ନିଃଶ୍ୱାସ ତ୍ୟାଗ କତିଥିଲେ।ଏହି ଖବର ପ୍ରଚାରିତ ହେବା ପରେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ଶୋକ ପ୍ରକାଶ କରିବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏଵଂ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ, ଅଧକ୍ଷ, ଅଧ୍ୟକ୍ଷା ଓ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ଯ ଶେଷ ଦର୍ଶନ କରିଥିଲେ। ଏଥି ସହିତ କଲେଜ ପରିସରରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁକ୍ତ ଦୁଇ ର ଅଧ୍ୟକ୍ଷା ଶିବାନୀ ମହାପାତ୍ର , ଯୁକ୍ତ ତିନି ର ଅଧକ୍ଷ ଭୀମସେନ ଦେହୁରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରୀ ମାନେ ଯୋଗ ଦେଇ ସ୍ଵର୍ଗତ ଦାଶରଥି ସାହୁ ଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ପ୍ରଦାନ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏଵଂ ସ୍ଵର୍ଗତ ସାହୁ ଙ୍କ ପାଇଁ କଲେଜ କୁ ଆଜି ସସ୍ପେଣ୍ଡ କରଯାଇଥିବା ଜଣା ପଡ଼ିଛି।। ସ୍ଵର୍ଗତ ଦାଶରଥି ଥିଲେ ଜଣେ କର୍ମଠ, କର୍ତ୍ତବ୍ୟ ପରାୟଣ ଦୟାଳୁ, ପରୋପକାରୀ, କର୍ମଚାରୀ ଭାବେ ବେଶ ଜଣା ଶୁଣା, ତାଙ୍କ ମୃତ୍ୟୁ ଖବର କଲେଜ ଓ ସ୍ଥାନୀୟ ଅଞ୍ଚଳରେ ଶକୋର ଛାୟା ଖେଳାଇ ଦେଇଛି।।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


