
ରେଳ ବିଭାଗର କଲଭର୍ଟ ନିର୍ମାଣ ତ୍ରୁଟି
ବନ୍ତୁଲ ରାସ୍ତାରେ ଆଣ୍ଠଏ ପାଣି, ୧୦ରୁ ଅଧିକ ଗାଁ ଜଳବନ୍ଦି
ତାଳଚେର, ୨୪/୦୮ ତାଳଚେର ରେଲୱେ ଷ୍ଟେସନଠାରୁ ଥର୍ମାଲ ରେଲୱେ ଷ୍ଟେସନ ମଧ୍ୟରେ ରହିଛି ବତୁଲ ରେଳ ଫାଟକା ପାଟକ ନିକଟରେ ରେଳବାଇ ବିଭାଗ ଏକ କଲଭର୍ଟ ନିର୍ମାଣ ହୋଇଛି। ମାତ୍ର ନିର୍ମାଣରେ ତ୍ରୁଟି ଯୋଗୁଁ ଗତ ୨ ଦିନ ହେଲା ପ୍ରାୟ ୧୦ଟି ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତାଳଚେର ରେଲୱେ ଷ୍ଟେସନ ଦେଇ ଯାଇଥିବା ରାସ୍ତାରେ ପ୍ରାୟ ୧୦ରୁ ୧୫ଟି ଗ୍ରାମର ଗ୍ରାମବାସୀ ନିର୍ଭର କରିଥାନ୍ତି। ହେଲେ ବହୁଲ ଗ୍ରାମ ନିକଟରେ ନିର୍ମାଣ ହୋଇଥିବା କଲଭର୍ଟରେ ତ୍ରୁଟି ଯୋଗୁଁ ସନ୍ଥପଡ଼ା, ଜଗନ୍ନାଥପୁର, ନୂଆପଡ଼ା, ଗୁରୁଜାଙ୍ଗୁଲି, ବହୁର, ଖୁଇଆ, ଭୋଗବେରଣୀ, ଲିଙ୍ଗରାକଟା, ଥର୍ମାଲ, ବଳରାମପ୍ରସାଦ, ବନ୍ତୋଲ, ନୂଆଗାଁ ଭଳି ଗାଁ ଜଳବନ୍ଦି ହୋଇ ରହିଛନ୍ତି। ଏହା ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଉକ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମିରହିଛି। ଫଳରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଯିବା ସମ୍ଭବ ହେଉନି କେତେକ ବାଇକ ଚାଳକ ବିପଜନକ ଭାବେ ଯାଉଥିଲେ ମଧ୍ୟ ବାଇକରେ ପାଣି ପଶିଯାଉଥିବାରୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ରେଳବାଇ ବିଭାଗକୁ ଗ୍ରାମବାସୀ ପୂର୍ବରୁ କଲଭର୍ଟ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଗ୍ରାମବାସୀଙ୍କ କଥାକୁ ରେଳବାଇ ବିଭାଗ କର୍ଣ୍ଣପାତ କରୁ ନଥିବା ବହୁଲ ଗ୍ରାମର ପ୍ରକାଶ ନାଥ କହିଛନ୍ତି। ଜମି ରହିଥିବା ପାଣିର ଗୋଟିଏ ପାଖରେ ବଢୁଲ ଗାଁ ରହିବାବେଳେ ଅନ୍ୟ ପାଖରେ ଗାଁର ପ୍ରଥମିକ ବିଦ୍ୟାଳୟ ରହିଛି। ପ୍ରବଳ ବର୍ଷା ଦ୍ବାରା ରାସ୍ତାରେ ପାଣି ଯୋଗୁଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି। ଫଳରେ ବିଦ୍ୟାଳୟରେ ଉପସ୍ଥାନ କମିଯାଇଥିବା ଜଣାପଡ଼ିଛି। ଏନେଇ ରେଳବାଇ ବିଭାଗର ନିର୍ମାଣ କାମ କରୁଥିବା ଯନ୍ତ୍ରୀ ସରତ ପାଲଙ୍କୁ ପଚାରିବାରୁ ସେ କହିଛନ୍ତି, ଜଳବନ୍ଦି ହୋଇ ରହିଥିବା ଅଞ୍ଚଳକୁ କିଭଳି ମୁକ୍ତ କରାଯିବ ଏବଂ ଜନସାଧାରଣଙ୍କ ଯାତାୟାତ ଖୁବ୍ଶୀଘ୍ର ହୋଇପାରିବ ସେନେଇ ପଦକ୍ଷେପ ନିଆଯିବ। ଏଥିସହିତ ବର୍ତ୍ତମାନ ନିର୍ମାଣ ହୋଇଥିବା କଲଭର୍ଟ ଠିକ୍ ରହିଥିବାବେଳେ ପୂର୍ବରୁ ନିର୍ମାଣ ହୋଇଥିବା କଲଭର୍ଟ ଛୋଟ ଥିବାରୁ ପାଣି ଯାତାୟାତ ହୋଇପାରୁ ନଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।


