
ଯୁବକଙ୍କଠାରୁ ସୁନାଚେନ୍ ଓ ଟଙ୍କା ଓ ଟଙ୍କା ଲୁଟ୍
ତାଳଚେର, ୨୪/୦୮ ଫୋନ ହଜିଯାଇଥିବା ଆଳ ଦେଖାଇ ଜନୈକ ଯୁବକଙ୍କୁ ସାହାଯ୍ୟ ମାଗି ପରେ ତାଙ୍କ ଠାରୁ ସୁନାଚେନ ଓ ଟଙ୍କା ଲୁଟ କରିଥିବା ଅଭିଯୋଗରେ କୋଲିୟାରୀ ପୁଲିସ ଜଣେ ଯୁବତୀ ଓ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ଗୋଟିଏ ସୁନା ଚେନ, ଦୁଇଟି ମୋବାଇଲ, ୧୦, ୨୦୦ଟଙ୍କା, ଗୋଟିଏ ସ୍ଫଟି ସହ ଗୋଟିଏ ଧାରୁଆ ଅସ୍ତ୍ର ଜବତ କରିଛି। ଡ଼କାୟତିରେ ସଂପୃକ୍ତ ଅନ୍ୟ ଜଣେ ଯୁବକ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଏକଡାଳ ଗ୍ରାମର ଅଭିଯୋଗକାରୀ ଯୁବକ ତାଙ୍କ ଭାଇଙ୍କ ସହ କଥା ହେଉଥିବାବେଳେ ଅଭିଯୁକ୍ତ ଯୁବକ ଓ ଯୁବତୀ ଏକ ସ୍କୁଟିରେ ଯାଉଥିଲେ। ଅଭିଯୋଗକାରୀ ଯୁବକ ଜଣଙ୍କ ତାଙ୍କ ବେକରେ ଏକ ସୁନା ଚେନ ଓ ହାତରେ ତେଣୁ ଯୁବତୀ ଜଣଙ୍କ ଅଭିଯୋଗକାରୀ ଯୁବକଙ୍କ ପାଖକୁ ଆସି ତାଙ୍କ ମୋବାଇଲ ହଜି ଯାଇଥିବା କହିବା ସହିତ ସମ୍ପର୍କୀୟଙ୍କୁ ଫୋନ କରିବାକୁ ମୋବାଇଲ ଦେବାକୁ କହିଥିଲେ। ଯୁବକ ଜଣଙ୍କ ଉକ୍ତ ମୋବାଇଲକୁ ଫୋନ କରିଥିଲେ। ଏହି ସମୟରେ ଯୁବତୀଙ୍କର ଅନ୍ୟ ୨ଜଣ ସହଯୋଗୀ ସେଠାରେ ପହଞ୍ଚି ଅଭିଯୋଗରୀ ଯୁବକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ସେ ପିନ୍ଧିଥିବା ସୁନାଚେନ, ବ୍ରେସଲେଟ, ମୋବାଇଲ ଫୋନ ଓ ପର୍ସରେ ଥିବା ୧୦, ୨୦୦ ଟଙ୍କା, ଆଧାର କାର୍ଡ ଲୁଟି ନେଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ କୌଣସି ପ୍ରକାରରେ ଅଭିଯୋଗକାରୀ ଯୁବକ ଜଣଙ୍କ ଖସି ଆସି କୋଲିୟରୀ ଥାନାରେ ଏତଲା ଲା ଦେଇଥିଲେ । ଥାନ ତରଫରୁ ସଙ୍ଗେ ସଙ୍ଗେ ଏନେଇ ତଦନ୍ତ କରାଯାଇ ଅଭିଯୁକ୍ତ ଯୁବତୀ ଓ ଯୁବକଙ୍କୁ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତ କଣିହାଁ ଅଞ୍ଚଳର ବୋଲି ଥାନାଧିକାରୀ ହରିକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି।


