*ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳନ ଅବସରରେ ସ୍ଵଛଭାରତ କାର୍ଯ୍ୟକ୍ରମ*

.

*ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳନ ଅବସରରେ ସ୍ଵଛଭାରତ କାର୍ଯ୍ୟକ୍ରମ*

ତାଳଚେର :ତା 27/09/2025: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ସେବା ପକ୍ଷ ପାଳନ କରାଯାଇଛି |ସେପ୍ଟେମ୍ବର 17ରୁ ଅକ୍ଟୋବର 2 ପର୍ଯ୍ୟନ୍ତ ବିଭିନ୍ନ ସେବା ମୂଳକ କାର୍ଯ୍ୟ ଜାରି ରହିଛି |ଶୁକ୍ରବାର ତାଳଚେର ବିଜେପି ପୌର ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ନେତୃତ୍ୱ ରେ ତାଳଚେର ବସଷ୍ଟାଣ୍ଡ ଠାରେ ସ୍ଵଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବିଜେପି କାର୍ଯ୍ୟକର୍ତା ମାନେ ତାଳଚେର ବସଷ୍ଟାଣ୍ଡ କୁ ଝାଡୁ କରି ସଫା କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ଜିତେନ୍ଦ୍ର ଦାସ, ମନୋଜ ପ୍ରଧାନ, ଦୟା ସାଗର ମିଶ୍ର, ପୂର୍ଣଚନ୍ଦ୍ର ବେହେରା, ଶିବ ନାଏକ, ବିଜୟ ନାଏକ, କ୍ଷେତ୍ରବାସୀ ନାଏକ, ସଂକଳ୍ପ ସାହୁ ଜଗା ବେହେରା ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

Talcher Khabar
Author: Talcher Khabar

Leave a Comment

और पढ़ें

best news portal development company in india

Cricket Live Score

Rashifal

और पढ़ें