
*ଅନୁଗୁଳ ଜିଲ୍ଲା ବିଜେପି ଏସସି ମୋର୍ଚ୍ଚା ଉପ ସଭାପତି ଲଲାଟେନ୍ଦୁ ବେହେରା ଙ୍କର ବିୟୋଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସମେତ ବିଜେପି ର ଶୋକ*
ଅନୁଗୁଳ /ତାଳଚେର : ତା. 26/10/2025: ଅନୁଗୁଳ ଜିଲ୍ଲା ବିଜେପି ର ଏସସି ମୋର୍ଚ୍ଚା ଉପ ସଭାପତି ଲଲାଟେନ୍ଦୁ ବେହେରା (45)ଙ୍କର ଶନିବାର ମଧ୍ୟରାତ୍ରୀ ରେ ଅକାଳ ବିୟୋଗ ଘଟିଛି |ଗତ କିଛିଦିନ ପୂର୍ବରୁ ହଟାତ ଛାତି ରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସା ଧୀନ ଥିଲେ,ସେଠାରେ ଗତରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି | ତାଳଚେର ବ୍ଲକ ବନ୍ତୋଲ ପଂଚାୟତ ରେ ତାଙ୍କର ଘର, ସେ ଜଣେ ଯୁବ ନେତା ହିସାବରେ ସମସ୍ତଙ୍କର ପ୍ରିୟ ଥିଲେ |ତାଙ୍କର ଅକାଳ ବିୟୋଗ ରେ ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଭୁବନେଶ୍ୱର ଠାରେ ଘରୋଇ ମେଡିକାଲ ରେ ପହଂଚି ତାଙ୍କର ପାର୍ଥିବ ଶରୀର କୁ ଶେଷ ଦର୍ଶନ କରିବା ସହ ପରିବାରଙ୍କୁ ଶାନ୍ତନା ଦେଇଥିଲେ |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ବ୍ୟକ୍ତ କରିବା ସହ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ଅନୁଗୁଳ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଓ ଅଗସ୍ତି ବେହେରା, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅଜୟ ଗୋଛାୟତ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ତାଳଚେର ର ବିଭିନ୍ନ ମଣ୍ଡଳ ର ଶତାଧିକ କାର୍ଯ୍ୟକର୍ତା ରବିବାର ସକାଳେ ତାଙ୍କର ନିଜସ୍ୱ ଗ୍ରାମ ବନ୍ତୋଲ ସ୍ମଶାନ ରେ ଶେଷକୃତ୍ୟ ରେ ସାମିଲ ହେବା ସହ ତାଙ୍କର ପରିବାର ଙ୍କୁ ଭେଟି ଶାନ୍ତନା ଦେଇଛନ୍ତି |
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


