
ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ, ।
ତାଳଚେର :ତା 28/10/2025: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ଦିନ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି |ଅନୁଗୁଳ ଠାରେ ଏମସିଏଲ ର ସ୍ୱତନ୍ତ୍ର ଥଇଥାନ ପୁନର୍ବାସ ସମ୍ପର୍କିତ ବୈଠକ ରେ ଯୋଗଦେବା ପରେ ସାଂସଦ ତାଳଚେର ଗସ୍ତ କରିଥିଲେ |ବିଜେପି ପଦ୍ମାବତୀ ପୁର ପଂଚାୟତ ର ସଭାପତି ଦିପେନ୍ଦ୍ର ପ୍ରଧାନ ଙ୍କର ବାପା ଏକଡ଼ାଳ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଅଇଁଠୁ ପ୍ରଧାନ ଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଥିଲେ ସାଂସଦ |ହିଲୋଇ ଏକଡାଳ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାଙ୍କର ସମସ୍ୟା ଙ୍କୁ ହୃଦୟଙ୍ଗମ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ ଢ଼େଙ୍କାନାଳ ଲୋକସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି | ପରେ ଘଣ୍ଟପଡା ପଂଚାୟତ ରୋଡାସର ଗ୍ରାମର ଧିରେନ ସାହୁ ଙ୍କର ପିତୃ ଶ୍ରାଦ୍ଧ ରେ ସାଂସଦ ଯୋଗଦେବା ସହ ଉପସ୍ଥିତ ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ |ବିଜେପି ଅନୁଗୁଳ ଜିଲ୍ଲା ଏସସି ମୋର୍ଚ୍ଚା ଉପ ସଭାପତି ଲଲାଟେନ୍ଦୁ ବେହେରା ଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ତାଙ୍କର ବନ୍ତୋଲ ଗ୍ରାମ ସ୍ଥିତ ବାସଭବନ କୁ ଯାଇ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ |ପରେ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଙ୍କର ଅଙ୍ଗାରୁଆ ସ୍ଥିତ ବାସଭବନ ଜୁ ଯାଇ ସେଠାରେ ବ୍ୟାପକ ଆଲୋଚନା କରିବା ସହ ଉପସ୍ଥିତ ଥିବା ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ ସାଂସଦ ଶ୍ରୀ ପାଣି |ସାଂସଦ ଙ୍କ ସହ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବିଧାନସଭା ସଂଯୋଜକ ରତ୍ନାକର ସାହୁ ,ମଣ୍ଡଳ ସଭାପତି ମାନସ ରଞ୍ଜନ ସାହୁ, ଅଜୟ ସାହୁ ଓ ସନ୍ତୋଷ ମହାନ୍ତି, ସରପଞ୍ଚ ନରେଶ ଚନ୍ଦ୍ର ବେହେରା ଓ ସହଦେଵ ସାହୁଓ ଗୀତିଶ ପ୍ରଧାନ, କୃଷ୍ଣଚନ୍ଦ୍ର ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)

