
ତାଳଚେରରେ ଅନୁଗୋଳ ସ୍ପେସିଆଲ ସ୍କ୍ୱାର୍ଡର ଚଢ଼ାଉ: ପାନ ଦୋକାନରୁ ମଦ ଜବତ, ଅବକାରୀ ବିଭାଗର ଭୂମିକା ଉପରେ ପ୍ରଶ୍ନ ?
ଅନୁଗୋଳ ସ୍ପେସିଆଲ ସ୍କ୍ୱାର୍ଡ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ତାଳଚେର ବଲ୍ଲହର ଛକ ସ୍ଥିତ ଏକ ପାନ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନିକ ସ୍ତରରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଅନୁଗୋଳ ସ୍ପେସିଆଲ ସ୍କ୍ୱାର୍ଡ ଅତର୍କିତ ଭାବେ ବଲ୍ଲହର ଛକରେ ଥିବା ଏକ ପାନ ଦୋକାନ ଉପରେ ଚଢ଼ାଉ କରିଥିଲା, ଯେଉଁଠାରୁ ବେଆଇନ ଭାବେ ବିକ୍ରି ହେଉଥିବା ବହୁ ପରିମାଣର ବିଦେଶୀ ମଦ ଜବତ ହୋଇଛି।
ଜବତ ହୋଇଥିବା ମଦର ଗୁଣବତ୍ତାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଏହା ବ୍ରାଣ୍ଡେଡ୍ କମ୍ପାନୀର ଅସଲି ମଦ ନା ଏହା ପଛରେ କୌଣସି ନକଲି ମଦ ମାଫିଆଙ୍କ ହାତ ରହିଛି, ତାହା ଏବେ ତଦନ୍ତ ସାପେକ୍ଷ।
ତାଳଚେର ଅବକାରୀ ବିଭାଗ ଶୋଇଛି କି? ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ତାଳଚେର ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ। ସ୍ଥାନୀୟ ଅଞ୍ଚଳରେ ଏତେ ବଡ଼ ବେଆଇନ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ କିପରି ଏ ବାବଦରେ କୌଣସି ସୂଚନା ପାଇପାରିଲା ନାହିଁ?
ଯେଉଁ କାମ ସ୍ଥାନୀୟ ଅବକାରୀ ବିଭାଗ ବା ପୋଲିସ କରିବା କଥା, ସେଥିପାଇଁ ଜିଲ୍ଲା ସ୍ପେସିଆଲ ସ୍କ୍ୱାର୍ଡକୁ ଆସିବାକୁ ପଡ଼ିଲା। ଏହା ସ୍ଥାନୀୟ ଅଧିକାରୀଙ୍କ ଅପାରଗତା ନା କୌଣସି କଲା ବଜାରି ରହିଛି, ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ।
ଜନଗହଳି ପୂର୍ଣ୍ଣ ବଲ୍ଲହର ଛକରେ ଖୁଲମଖୁଲା ପାନ ଦୋକାନରେ ମଦ ବିକ୍ରି ହେବା ପୋଲିସ ଏବଂ ଅବକାରୀ ବିଭାଗର ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


