
*ନେତାଜୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ରୁଦ୍ର ନାରାୟଣ ପାଣି*
ତାଳଚେର :ତା 23/01/2026: ତାଳଚେର ରେ ବିଜେପି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ଜୟନ୍ତୀ ଶର୍ମାଛକ ଠାରେ ପାଳନ କରାଯାଇଛି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର ଟାଉନ ଶର୍ମାଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ସ୍ୱାଧୀନତା ଆନ୍ଦୋଳନ ର ଅଦ୍ୱିତୀୟ ନେତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କାର୍ଯ୍ୟକର୍ତା ଙ୍କୁ ପରାମର୍ଶ ଦେଇଥିଲେ |ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସୁଶାନ୍ତ ପ୍ରଧାନ, ଆଇନଜୀବୀ ଶମ୍ଭୁନାଥ ବେହେରା, ମୁନା ସାମନ୍ତ, ଅଶୋକ ସାମନ୍ତ, ସୁକାନ୍ତ ରାୟ, ସୁନୀଲ ପଟ୍ଟନାୟକ, ଅଶୋକ ଆଗ୍ରୱାଲ,ଜ୍ୟୋତି ଶଙ୍କର ରାୟ, ଜଗଦୀଶ ମିଶ୍ର, ଜଗଦୀଶ ସିଂହ, ଅଜୟ ସାହୁ, ପୂର୍ଣଚନ୍ଦ୍ର ବେହେରା, ପ୍ରେମ ପ୍ରସାଦ କେଶରୀ, ,କ୍ଷେତ୍ରବାସୀ ନାଏକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |
ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ୍ ତାଳଚେର ଖବର। (୯୪୩୯୮୧୬୪୬୪)


